ଶ୍ରୀମନ୍ଦିରରେ ପାନ, ଗୁଟଖା ମନା; ଜାନୁୟାରୀ ପହିଲାରୁ ନିୟମ କଡ଼ାକଡ଼ି

add-all

puri

ପୁରୀ : ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ । ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖାକୁ କରାଯିବ ସମ୍ପୂର୍ଣ୍ଣ ନିଷେଧ । ଏଥିନିମନ୍ତେ ଆଜିଠୁ ସମସ୍ତଙ୍କୁ ସଚେତନ କରାଯିବ । ଏନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି।
ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ମାତ୍ର ଭିତରେ ପାନ, ଗୁଟଖା ଖାଇ ଲୋକେ ଛେପ ପକାଉଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ନିୟମ ପ୍ରଣୟନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ବି ପାନ, ଗୁଟୁଖା ଖାଇ ମନ୍ଦିରରେ ପ୍ରବେଶ ଉପରେ ନିଷେଧାଦେଶ ଲାଗୁ କରାଯାଇଥିବା ବେଳେ ଧରା ପଡ଼ିଲେ ଫାଇନ୍‌ ବ୍ୟବସ୍ଥା ଲାଗୁ ହୋଇଥିଲା। ମାତ୍ର କେହି ଏହାକୁ ଖାତିର କଲେନି। ଫଳରେ ମନ୍ଦିର ଭିତରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି।
ତେଣୁ ପୁଣି ଥରେ ଏହି ନିୟମ ଲାଗୁ କରାଯିବା ସହ ଏଥିନିମନ୍ତେ ଆଜିଠୁ ଲୋକଙ୍କୁ ସଚେତନା କରାଯିବ । ଏଥିସହ ଆଉ ଦେଢ ମାସ ପରେ ଅର୍ଥାତ ଜାନୁୟାରୀ ପହିଲାରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଯିବ । ମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତ, ପୂଜକ, ସେବାୟତ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀ, ପୁଲିସ୍‌ କର୍ମଚାରୀ ସମସ୍ତଙ୍କ ପାଇଁ ଏହି ନିୟମକୁ ସମାନ ଭାବେ ଲାଗୁ କରାଯିବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.