ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଚନ୍ଦନ ସିଂହଙ୍କ ପରଲୋକ

add-all

Srichandan-Singୀ-663x430

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ ତଥା ଓଡ଼ିଆ ଭାଷା ତତ୍ତ୍ୱବିଦ ଡ଼. ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହ । ମଙ୍ଗଳବାର  ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରର ନାଗପୁରଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।

ସ୍ବର୍ଗତ ଶ୍ରୀଚନ୍ଦନ ସିଂହ ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ୍ ଅନ୍ତର୍ଗତ ପାପସରା ଗ୍ରାମରେ ୧୯୩୩ ଅଗଷ୍ଟ ୬  ତାରିଖରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଶିଶୁ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ ।  ଶିଶୁ ସାହିତ୍ୟ ପାଇଁ ତା’ଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀର ‘ବାଳ ସାହିତ୍ୟ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା।

୨୦୧୦ ମସିହାରେ ‘ଟିକିପରି’ ପୁସ୍ତକ ପାଇଁ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଶାରଦ ଭାବରେ ବହୁ ବର୍ଷ ଧରି କାର୍ଯ୍ୟରତ ଥିଲେ। ତାଙ୍କର ଶତାଧିକ ପୁସ୍ତକ ପ୍ରକାଶ ପାଇଛି, ଯାହା ମଧ୍ୟରେ ଶିଶୁ ସାହିତ୍ୟ ବ୍ୟତୀତ ଜୀବନୀ, ପ୍ରବନ୍ଧ ଓ ଭ୍ରମଣ କାହାଣୀ ଆଦି ମଧ୍ୟ ଅନ୍ତର୍ଭୁକ୍ତ। ଚାକିରୀରୁ ଅବସର ନେବା ପରେ ସେ କଟକ ସହରରେ ଅବସ୍ଥାନ କରୁଥିଲେ। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ ବଡ ପୁଅଙ୍କ ପାଖରେ ରହୁଥିଲେ ।

ad-week
Leave A Reply

Your email address will not be published.