ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ…

add-all

anganwadi-protest

ଭୁବନେଶ୍ୱର: ହଜାର ହଜାର ଅଙ୍ଗନବାଡି କର୍ମୀ ବୁଧବାର ଭୁବନେଶ୍ୱର ଠାରେ ନିଜର ଚାକିରି ନିୟମିତ କରିବା ଓ ସମାନ କାମ ପାଇଁ ସମାନ ଦରମା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଭାରତୀୟ ମଜଦୁର ସଙ୍ଘ, ଓଡିଶା ଅଧିନରେ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ସରକାର ସେମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି କିନ୍ତୁ ତାହା ପୂରଣ କରୁନାହାନ୍ତି। ଅଙ୍ଗନବାଡି କର୍ମୀଙ୍କ ସମେତ ସମସ୍ତ ଯୋଜନା କର୍ମଚାରୀଙ୍କୁ ନିୟମିତ କରିବା ସହ ସମାନ କାମ ପାଇଁ ସମସ୍ତ କର୍ମଚାରୀଙ୍କୁ ସମାନ ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି।

ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡି କର୍ମୀମାନେ ଆନ୍ଦୋଳନରେ ସାମିଲ ହେବା ପାଇଁ ଛୁଟି ନେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ସରକାରଙ୍କ ଧମକକୁ ଖାତିର ନକରିବା ସହ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।

ଅଙ୍ଗନବାଡି କର୍ମୀଙ୍କ ଦାବି ନୂଆ ନୁହେଁ। ଦୀର୍ଘ ବର୍ଷ ଧରି ସମାନ କାମକୁ ସମାନ ଦରମା ଓ ଚାକିରିକୁ ନିୟମିତ କରିବା ଦାବିରେ ଧାରଣାରେ ବସିଛନ୍ତି। ସରକାର ଏମାନଙ୍କ ଦାବି ଅନୁଯାୟୀ କିଛି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇପାରୁନାହିଁ। ଏବେ ସେମାନଙ୍କ ସ୍ୱର ଯେପରି ଶୁଣାଯାଇପାରିବ ସେଥିପାଇଁ ପଦକ୍ଷେପ ନେଉଛନ୍ତି।

ad-week
Leave A Reply

Your email address will not be published.