ଉରି ସେକ୍ଟରରେ ୨ ପାକିସ୍ତାନୀ ଆତଙ୍କୀ ନିପାତ…

Independence

uri

ଜମ୍ମୁ-କାଶ୍ମୀରର ଉରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ନିକଟରେ ସୁରକ୍ଷା ବାହିନୀ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଛି। ସୁରକ୍ଷା ବାହିନୀର ଗୁଳିମାଡ଼ରେ ଟଳି ପଡ଼ିଛନ୍ତି ୨ ଆତଙ୍କୀ। ବର୍ତ୍ତମାନ ସେନା ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି।

ଭାରତୀୟ ସେନା କହିଛି ଯେ ଆତଙ୍କବାଦୀମାନେ ଖରାପ ଭିଜିବିଲିଟୀ ଏବଂ ଖରାପ ପାଗର ସୁଯୋଗ ନେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସେନା ସେମାନଙ୍କୁ ନିପାତ କରିଦେଇଛି। ଶୀତ ଋତୁରେ ତୁଷାରପାତ ଏବଂ ଦୃଶ୍ୟମାନ କମ ହେତୁ ଆତଙ୍କବାଦୀମାନେ ପାକିସ୍ତାନ ପାର୍ଶ୍ୱରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଯଦିଓ ଭାରତୀୟ ସୈନିକମାନେ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସୀମାରେ ସଜାଗ ରହି ଏହି ପ୍ରକାର ଅନୁପ୍ରବେଶକୁ ରୋକୁଛନ୍ତି।

ସୁରକ୍ଷା ବାହିନୀ ଅକ୍ଟୋବର ମାସରେ ମଧ୍ୟ ଏକ ମିଳିତ ଅପରେସନ ଚଳାଇଥିଲା। ଉରି ସେକ୍ଟରରେ LoC ଦେଇ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଥିଲେ ଭାରତୀୟ ଯବାନ। ଏହି ସମୟରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଆତଙ୍କବାଦୀଙ୍କୁ ମାରିବା ପରେ ସେନା ଘଟଣାସ୍ଥଳରୁ ଦୁଇଟି AK ସିରିଜ୍ ରାଇଫଲ, ୬ଟି ପିସ୍ତଲ ଏବଂ ୪ଟି ଚାଇନାର ହ୍ୟାଣ୍ଡ ଗ୍ରେନେଡ ଜବତ କରିଥିଲା।

ad-week
Leave A Reply

Your email address will not be published.