ପଡ଼ୋଶୀଙ୍କ ଆକ୍ରମଣରେ ବିଜେପି ନେତ୍ରୀ ମୃତ, ପୁଅ ଗୁରୁତର

add-all

BJP_Leader_1700101914

ସାମାନ୍ୟ ବିବାଦରୁ ବିଜେପି ନେତ୍ରୀଙ୍କୁ ହତ୍ୟା କଲେ ପଡ଼ୋଶୀ। ପଡ଼ୋଶୀଙ୍କ ଆକ୍ରମଣରେ ବିଜେପି ନେତ୍ରୀଙ୍କ ପୁଅ ଗୁରୁତର ହୋଇଛନ୍ତି। ଏପରି ଏକ ଘଟଣା ଗୁଜରାଟର ଅମରେଲି ଜିଲ୍ଲାର ଧାରୀ ଅଞ୍ଚଳରେ ଘଟିଛି । ମୃତ ମହିଳା ନେତ୍ରୀଜଣକ ହେଲେ ମଧୁବେନ ଯୋଶୀ।

ଘଟଣା ଦିନ ମଧୁବେନ ଯୋଶୀଙ୍କ ସମେତ ତାଙ୍କ ସ୍ୱାମୀ ଓ ପୁଅ ବି ଘରେ ଥିଲେ। ଏହି ସମୟରେ ହଠାତ୍‌ ପଡ଼ୋଶୀମାନେ ଘରେ ପଶି ସମସ୍ତଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଉଭୟ ମଧୁବେନ ଯୋଶୀ ଓ ତାଙ୍କ ପୁଅ ଗୁରୁତର ହୋଇ ପଡ଼ିଥିଲେ।

ପରିବାର ଲୋକେ ତୁରନ୍ତ ଉଭୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମଧୁବେନ ଯୋଶୀଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପୁଅଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଉଭୟ ପରିବାର ମଧ୍ୟରେ ପୂର୍ବ ବିବାଦ ଲାଗି ରହିଥିଲେ ବି ସାମାନ୍ୟ କାଣ୍ଡରୁ ଏପରି ନିର୍ମମ ହତ୍ୟାକାଣ୍ଡ ଘଟା ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମଧୁବେନ ଯୋଶୀ ଧାରୀ ତାଲୁକା ପଞ୍ଚାୟତର ପୂର୍ବତନ ସଦସ୍ୟ ଥିଲେ। ଏଥିସହ ସ୍ଥାନୀୟ ଅଞ୍ଚଳରେ ସେ ଜଣେ ବିଜେପି ନେତ୍ରୀ ଭାବେ ବେଶ୍‌ ଜଣାଶୁଣା।

ad-week
Leave A Reply

Your email address will not be published.