କିମ୍ସରେ କମ୍ପ୍ୟୁଟର ନେଭିଗେସନରେ ହେଲା ପ୍ରଥମ ମେରୁଦଣ୍ଡ ଅସ୍ତ୍ରୋପଚାର…

add-all

WhatsApp-Image-2023-11-09-at-4.30.45-PM-2-750x430

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କିମ୍ସ ।  ଏକ ବିରଳ ଅସ୍ତ୍ରୋପଚାର କରି ଚର୍ଚ୍ଚାକୁ ଆସିଛନ୍ତି  କିମ୍ସର ଡାକ୍ତରୀ ଟିମ ।  ଓଡ଼ିଶାରେ ପ୍ରଥମ ଥର ପାଇଁ କମ୍ପ୍ୟୁଟର ନେଭିଗେସନ୍ ପ୍ରକ୍ରିୟାରେ ସଫଳ ମେରୁଦଣ୍ଡ ଅସ୍ତ୍ରୋପଚାର କରିଛନ୍ତି କିମ୍ସ ଡାକ୍ତର।  କିମ୍ସ  ସୁପର ସ୍ପେଶାଲିଟି ହସ୍ପିଟାଲର ବିଶେଷଜ୍ଞ ତଥା ଅସ୍ଥିଶଲ୍ୟ ଓ ମେରୁଦଣ୍ଡ ଶଲ୍ୟ ଚକିତ୍ସକ ଡା. ଜିତେନ୍ଦ୍ର କୁମାର ରାଉତଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଛି ।

କମ୍ପ୍ୟୁଟର ନେଭିଗେସନ୍ ସହାୟତାରେ ମେରୁଦଣ୍ଡ ନିର୍ଭୁଲ ଅସ୍ତ୍ରୋପଚାର ସହ ସମୟ ପରିଚାଳନା ଓ ରୋଗୀଙ୍କ ପାଇଁ କମ୍ କଷ୍ଟ ଦାୟକ ହୋଇଥାଏ । ସାଧାରଣତଃ ମେରୁଦଣ୍ଡ ଅସ୍ତ୍ରୋପଚାରରେ ଡାକ୍ତରମାନେ ମେରୁଦଣ୍ଡକୁ ଠିକ୍ କରିବା ପାଇଁ ଅନେକ ପେଡ଼ିକଲ ସ୍କ୍ରୁ ବ୍ୟବହାର କରିଥାନ୍ତି । ଏହାକୁ ମାନୁଆଲ ଭାବେ କରାଗଲେ ଏହା ରୋଗୀ ପକ୍ଷେ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବା ସହ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ । ମାନୁଆଲ ପ୍ରକ୍ରିୟାରେ ପେଡିକଲ ସ୍କ୍ରୁ ବ୍ୟବହାର କରାଗଲେ ୧୬ ପ୍ରତିଶତ ତ୍ରୁଟି ହୋଇପାରେ ।

କନ୍ତି  କମ୍ପ୍ୟୁଟର ନେଭିଗେସନ୍ ସାହାଯ୍ୟରେ ଏହି ଅସ୍ତ୍ରୋପଚାରକୁ ପ୍ରାୟ ତ୍ରୁଟିଶୂନ୍ୟ ଭାବେ କରାଯାଇଥାଏ ବୋଲି ଡା. ରାଉତ ସୂଚନା ଦେଇଛନ୍ତି । କାରଣ ଅସ୍ତ୍ରୋପଚାର ସମୟରେ କୌଣସି ଜଟିଳତା ଏଡ଼ାଇବା ପାଇଁ ଡାକ୍ତର କମ୍ପ୍ୟୁଟର ସ୍କ୍ରିନରେ ସ୍କ୍ରୁର ଗତିବିଧି ଉପରେ ନଜର ରଖିପାରନ୍ତି ବୋଲି ଡା. ରାଉତ କହିଛନ୍ତି ।

ସେହିପରି  କିମ୍ସର ସୁପର ସ୍ପେଶାଲିଟି ଆଣ୍ଡ କ୍ୟାନସର ସେଣ୍ଟରର ଫେସିଲିଟି ଡାଇରେକ୍ଟର ଡା. ଶକ୍ତିମୟ ମହାପାତ୍ର କହିଛନ୍ତି, ଅନ୍ୟ ପ୍ରକ୍ରିୟା  ତଳୁନାରେ କମ୍ପ୍ୟୁଟର ନେଭିଗେସନ୍‌ ମେରୁଦଣ୍ଡ ଅସ୍ତ୍ରୋପଚାର ଅଧିକ ଫଳପଦ୍ର ଏବଂ ଏହାକୁ ଏକାଧିକ ଅସ୍ତ୍ରୋପଚାର ପ୍ରକ୍ରିୟାରେ ସଫଳ ଭାବେ ବ୍ୟବହାର କରାଯାଇପାରିବ ।

ଓଡିଶ଼ାରେ ପ୍ରଥମ ଥର ପାଇଁ କମ୍ପ୍ୟୁଟର ନେଭିଗେସନ୍ ମେରୁଦଣ୍ଡ ଅସ୍ତ୍ରୋପଚାର ନିମନ୍ତେ ମାର୍ଗଦର୍ଶନ ପାଇଁ ଡାକ୍ତର ରାଉତ ଭାରତର ବିଶିଷ୍ଟ ମେରୁଦଣ୍ଡ ସର୍ଜନ ତଥା କିମ୍‌ସ ସୁପର ସ୍ପେଶାଲିଟି ହସ୍ପିଟାଲର ଡା. ଶଙ୍କର ଆଚାର୍ଯ୍ୟଙ୍କ ରାମର୍ଶ ନେଇଥିଲେ ।

ଏଭଳି ସଫଳ ଓ ଅତ୍ୟାଧୁନିକ ଅସ୍ତ୍ରୋପଚାର ପାଇଁ କିଟ୍, କିସ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରୀ ଦଳକୁ ଧନ୍ୟବାଦ ଦେଇଛନ୍ତି ।

ad-week
Leave A Reply

Your email address will not be published.