ମହିଳା ପର୍ଯ୍ୟଟକଙ୍କ ସହ ଅଭଦ୍ରାମୀ ମହଙ୍ଗା ପଡ଼ିଲା, ବନ୍ଧା ହେଲେ ୪ ଯୁବକ…

add-all

Arrest_1700111009

ଅତିଥି ଦେବୋ ଭବଃ । ଅତିଥିଙ୍କ ସତ୍କାର କରିବାକୁ ଦେଶବାସୀ ସବୁବେଳେ ଆଗଭର ରହୁଥିବା ବେଳେ ମାତ୍ର ଏହି ଉକ୍ତିକୁ କିନ୍ତୁ କଦର୍ଥ କରିଛନ୍ତି ୪ ଯୁବକ । ଆଗ୍ରା ବୁଲି ଆସିଥିବା ଏକ ପରିବାରର ୪ ମହିଳା ସଦସ୍ୟଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି ବନ୍ଧା ହେଲେ ଏହି ୪ ଯୁବକ । ଏପରି ଏକ ଘଟଣା ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି।

ଗତ ମଙ୍ଗଳବାର ଏକ ପରିବାର ସଦସ୍ୟ ଆଗ୍ରା ବୁଲିବାକୁ ଆସିଥିବା ବେଳେ ଏକ ହୋଟେଲରେ ରହିଥିଲେ। ସେମାନେ ସେଠାରେ ଥିବା ଏକ ରେଷ୍ଟୁରାଣ୍ଟରେ ଖାଉଥିବା ବେଳେ ଉକ୍ତ ଯୁବକମାନେ ସେଠାରେ ପହଞ୍ଚିଥିଲେ। ସେମାନେ ରେଷ୍ଟୁରାଣ୍ଟର ଡ୍ୟାନ୍ସ ଫ୍ଲୋରକୁ ଉଠିଯାଇ ଉକ୍ତ ମହିଳା ପର୍ଯ୍ୟଟକଙ୍କୁ ଅଶାଳୀନ ଇଙ୍ଗିତ ସହ ଆଚରଣ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ୍ଚ ହେବାରୁ ଯୁବକମାନେ ବିଦେଶୀ ପର୍ଯ୍ୟଟକଙ୍କୁ ପିଟିବାକୁ ପଛାଇଲେ ନାହିଁ।

ଏହା ଦେଖି ରେଷ୍ଟୁରାଣ୍ଟ କର୍ମଚାରୀ ଓ ବାଉନ୍ସର ସେମାନଙ୍କୁ ଅଟକାଇବା ସହ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ୪ ଅଭିଯୁକ୍ତଙ୍କୁ ବାନ୍ଧି ଥାନାକୁ ନେଇଥିବା ଜଣାଯାଇଛି। ସମସ୍ତ ଗିରଫ ଅଭିଯୁକ୍ତଙ୍କ ବୟସ ୨୫ରୁ ୩୦ ବୋଲିଜଣାଯାଇଛି।

ଏନେଇ ଜଣେ ପର୍ଯ୍ୟଟକ ଥାନାରେ ଅଭିଯୋଗ କରିଛନ୍ତି। ନିଜ ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରିଛନ୍ତି, ମୁଁ ମୋ ପରିବାର ସହ ଆଗ୍ରା ବୁଲିବାକୁ ଆସିଥିଲି। ମାତ୍ର ୪ଯୁବକ ମୋ ପରିବାରର ମହିଳା ସଦସ୍ୟଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କଲେ। ଏପରିକି ସେମାନଙ୍କ ସମ୍ମୁଖରେ ମଦ ବୋତଲ ଭାଙ୍ଗିବା ସହ ସେମାନଙ୍କୁ ନାଲି ଆଖି ଦେଖାଇଲେ। ଏନେଇ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.