ଦିନ ଦ୍ବିପ୍ରହରରେ ବୃଦ୍ଧଙ୍କଠାରୁ ୧ଲକ୍ଷ ୯୯ହଜାର ଟଙ୍କା ଲୁଟ୍‌…

add-all

IMAGE_1700217610

କଣ୍ଟାବାଞ୍ଝି : ଥମୁନି ଲୁଟେରାଙ୍କ ପ୍ରାର୍ଦୁଭାବ  । ଦୀର୍ଘ ଦିନର ନୀରବତା ପରେ କଣ୍ଟାବାଞ୍ଝି ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା  । ଦିନ ଦ୍ବିପ୍ରହରରେ ଜଣେ ବୃଦ୍ଧଠାରୁ ୧ ଲକ୍ଷ ୯୯ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୁତ୍ତ । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସମ୍ବାରୁ ପନିକା। ସୂଚନା ଅନୁସାରେ ସମ୍ବାରୁ ୧ ଲକ୍ଷ ୯୯ ହଜାର ଟଙ୍କା ଉଠାଇଥିଲେ।

ସେ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ଏହାକୁ ନିଜ ବାଇକ୍‌ର ଡିକିରେ ଭର୍ତ୍ତି କରି ଘରକୁ ଫେରୁଥିଲେ। ବ୍ୟାଙ୍କରୁ ଅଳ୍ପ କିଛି ଦୂରକୁ ଯିବା ପରେ  ବାଇକ ଯୋଗେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସେଠାରେ ପହଞ୍ଚି ଥିଲେ। ଏବଂ ସମ୍ବାରୁଙ୍କ ଠାରୁ ୧ ଲକ୍ଷ ୯୯ ହଜାର ଟଙ୍କା ଲୁଟି ନେଇଥିଲେ । ଏ ନେଇ ସେ ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି । ପରେ ପୋଲିସ ସ୍ଥାନୀୟ ଅଞ୍ଚଳକୁ ଯାଇ ଅଧିକ ଛାନଭିନ୍ ଜାରି ରଖିଛି ।

ad-week
Leave A Reply

Your email address will not be published.