ଅଦାଲତଙ୍କ ନୋଟିସ୍ ପରେ ଭୁଲ ସ୍ବୀକାର କଲା ଏସବିଆଇ…

add-all

sbi

ନୂଆଦିଲ୍ଲୀ:ଭାରତୀୟ ଷ୍ଟେଟବ୍ୟାଙ୍କ(ଏସବିଆଇ)ଋଣ ପୈଠ କରି ନଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାକୁ ଦିଲ୍ଲୀର ଏକ ଅଦାଲତ ଖାରଜ କରି  ଦେଇଛନ୍ତି। କାରଣ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ମାମଲା ଚାଲିଥିଲା ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା।

ଏହି ଘଟଣା ପରେ  ଅଦାଲତ ଏସବିଆଇକୁ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି କି, ‘ଦେଶର ଅଗ୍ରଣୀ ବ୍ୟାଙ୍କ ଭାବେ ଗଣାଯାଉଥିବା ଏସବିଆଇକୁ ସର୍ବପ୍ରଥମେ ଏହା ନିଶ୍ଚିତ କରିବାକୁ ପଡ଼ିବ କି ସେ ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ କରୁଛି ଉକ୍ତ ବ୍ୟକ୍ତି ଜୀବିତ ଅଛନ୍ତି ନା ତାଙ୍କର ମୃତ୍ୟୁ ହୋଇଯାଇଛି।’

ଜିଲ୍ଲାଜଜ୍  ସୁରିନ୍ଦର ଏସ୍ ରାଠି ସିୟା ନନ୍ଦଙ୍କ ବିରୋଧରେ ସୁଧମୂଳ ମିଶି ୧୩.୫୧ଲକ୍ଷ ଟଙ୍କାର ଋଣ ପୈଠ କରି ନଥିବା ନେଇ ଏସବିଆଇ ଦ୍ବାରା ଅଦାଲତରେ ରୁଜୁ ହୋଇଥିବା ଏକ ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାର ଶୁଣାଣି ସମୟରେ ଅଦାଲତ ପ୍ରଥମେ ବ୍ୟାଙ୍କର ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ କି, ଆପଣମାନ‌େ ଯାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କର ଯାଞ୍ଚ କରନ୍ତୁ। ସେ ଏବେ କେଉଁଠି ଅଛନ୍ତି କ’ଣ କରୁଛନ୍ତି?

ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ବ୍ୟାଙ୍କ ଅଧିକାରୀମାନେ ଯାଞ୍ଚ କରିଥିଲେ। ଯାଞ୍ଚରୁ ଜଣାପଡ଼ିଲା କି ବ୍ୟାଙ୍କ ତାର ଯେଉଁ ଗ୍ରାହକଙ୍କ ବିରୋଧରେ ଅଭିଯୋଗ କରି ମାମଲା ରୁଜୁ କରିଛି ସେହି ବ୍ୟକ୍ତିଙ୍କର ୨ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି।

ଏହାପରେ ଅଦାଲତ ଏଭଳି ମାମଲା ରୁଜୁ କରିଥିବାରୁ ଶାଖା ପରିଚାଳକଙ୍କୁ ନୋଟିସ ଜାରି କରିଥିଲେ। ଏଥିସହିତ ମୁଖ୍ୟ ଅଧିକାରୀଙ୍କୁ ନୋଟିସ ପଠାଇ ଜବାବ ମାଗିଥିଲେ କି ଜଣେ ମୃତ ବ୍ୟକ୍ତିଙ୍କ ବିରୋଧ ମାମଲା ରୁଜୁ କରିବାର ଉଦ୍ଦେଶ୍ୟ କ’ଣ ରହିଥିଲା ?

ଏହାର ଉତ୍ତର ଦେଇ ବ୍ୟାଙ୍କ ନିଜର ଦୋଷ ସ୍ବୀକାର କରିଛି। ଏଭଳି ଅଭିଯୋଗ କରିଥିବା ଅଧିକାରୀଙ୍କ ବିରୋଧରେ ବ୍ୟାଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅଦାଲତଙ୍କୁ ପ୍ରତିଶ୍ରୃତି ଦେଇଛି।

ad-week
Leave A Reply

Your email address will not be published.