ଆଦିତ୍ୟ ଠାକରେଙ୍କ ନାଁରେ ମାମଲା ରୁଜୁ, ଆସିଲା ସାଂଘାତିକ ଅଭିଯୋଗ…

add-all

IMAGE_1700280443

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ନାଁରେ ରୁଜୁ ହେଲା ମାମଲା। କେବଳ ଆଦିତ୍ୟ ଠାକରେ ନୁହନ୍ତି, ସୁନୀଲ ସିନ୍ଦେ, ସଚିନ ଅହିରଙ୍କ ବିରୋଧରେ ବି ରୁଜୁ ହୋଇଛି ମାମଲା। ବିଏମସି ଅନୁମତି ବିନା ଏକ ବ୍ରିଜ ଉଦ୍‌ଘାଟନ କରିଥିବା ମାମଲାରେ ଛନ୍ଦି ହୋଇଛନ୍ତି ଏହି ନେତାମାନେ।
ଆଦିତ୍ୟ ଠାକରେ ନିଜ ଦଳୀୟ ନେତାଙ୍କ ସହ ମିଶି ଗତ ୧୬ ତାରିଖ ରାତିରେ ଲୋୟର ପରେଲ ବ୍ରିଜକୁ ଉଦ୍‌ଘାଟନ କରିଦେଇଥିଲେ। ମାତ୍ର ଉକ୍ତ ବ୍ରିଜ କାମ ସରି ନ ଥିବା ବେଳେ ତାହା ଯାତାୟତ ପାଇଁ ସମ୍ପୂର୍ଣ୍ଣ ହୋଇନି। ଏହା ପୂର୍ବରୁ ବିଏମସିର ବିନା ଅନୁମତିରେ ଖୋଲା ଯାଇଥିବା ଅଭିଯୋଗ ହୋଇଛି।
ଏନେଇ ବିଏମସି ପକ୍ଷରୁ ଗତ ୧୭ ତାରିଖରେ ସୂଚନା ମିଳିବା ପରେ ଆଦିତ୍ୟ ଠାକରେ, ସୁନୀଲ ସିନ୍ଦେ, ସଚିନ ଅହିରଙ୍କ ନାଁରେ NM ଯୋଶୀ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତତନ୍ତ ଆରମ୍ଭ କରିଛି।
ଅପରପକ୍ଷେ, ନିଜ ସଫେଇ ଦେଇ ଆଦିତ୍ୟ ଠାକରେ କହିଛନ୍ତି, ବିଏମସି ତରଫରୁ ଉକ୍ତ ବ୍ରିଜକୁ ଜନସାଧାରଣଙ୍କ ନିମନ୍ତେ କେବେ ଖୋଲାଯିବ ତାହାକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଥିଲ। କାମ ସରିବାର ୧୦ ଦିନ ପରେ ବି ଏ ଦିଗରେ ବିଏମସି ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାଣି। ବ୍ରିଜ ପ୍ରସ୍ତୁତ ଥିବା ବେଳେ ତାହା ଉଦ୍‌ଘାଟନ ପାଇଁ କୌଣସି ବିଶେଷ ଅତିଥ‍ଙ୍କୁ ଅପେକ୍ଷା କରାଯାଇଥିଲା। ଏଥିଯୋଗୁ ଆମେ ବ୍ରିଜକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦେଇଛୁ।

ad-week
Leave A Reply

Your email address will not be published.