୨ ବର୍ଷରେ ପଡ଼ିଆ ଖାଇଲାଣି ୫ କୋଟିର ମୋରମ..!

add-all

baliyatra-750x430

କଟକ: କଟକର ଐତିହାସିକ ବାଲିଯାତ୍ରାର କଳେବର ଓ ଆକର୍ଷଣ ଯେତିକି ବଢୁଛି, ଭିତ୍ତିଭୂମି ପ୍ରସ୍ତୁତି ଆଳରେ ହେଉଥିବା ଆଖିଖୋସା ଖର୍ଚ୍ଚ ବଡ଼ ଦୁର୍ନୀତିକୁ ହାୱା ଦେଉଛି। ୨୦୨୨ରେ ହୋଇଥିବା ଖର୍ଚ୍ଚକୁ ନେଇ ସନ୍ଦେହ ଆଉ ତଥ୍ୟ ପ୍ରମାଣ ମିଳିବା ପରେ ଏହାର ସ୍ବତନ୍ତ୍ର ଅଡିଟ୍‌ ନିର୍ଦ୍ଦେଶ ଦିଆଯାଇଥିଲା। ସେ ରିପୋର୍ଟ ଏଯାଏ ସାର୍ବଜନୀନ ହୋଇ ନଥିବା ବେଳେ ୨୦୨୩ ବାଲିଯାତ୍ରା ପାଇଁ ସମାନ କାମ ପାଇଁ ପୁଣି କୋଟି କୋଟି ଟଙ୍କା ବ୍ୟୟ ହେବା ଘଟଣା ଏବେ ସନ୍ଦେହର କାରଣ ହୋଇଛି।

ନଭେମ୍ବର ୨୭ରୁ ବାଲିଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ପଡ଼ିଆରେ ମୋରମ ବିଛାଇବା ବାବଦରେ ୨ କୋଟି ୧୦ ଲକ୍ଷରୁ ଅଧିକ ଟଙ୍କା‌ର କାମ ଆରଆଣ୍ଡବି ପକ୍ଷରୁ ଆରମ୍ଭ ହୋଇଛି। ଯଦି ୨୦୨୨ ଓ ୨୦୨୩ ବର୍ଷର ମୋରମ ବିଛା ଖର୍ଚ୍ଚକୁ ହିସାବ କରାଯାଏ ତେବେ ଏଥିପାଇଁ ଖର୍ଚ୍ଚ ହେଉଛି ୫ କୋଟି ଟଙ୍କା। ହିସାବ ଅନୁଯାୟୀ ଏହି ଟଙ୍କାରେ ୪୩ ଏକର ଜମି ଉପରେ ହାଇୱାରେ ୧୪ଶହ ଟ୍ରିପ୍ ମୋରମ ପଡିବା କଥା। ଯଦି ସେହି ପରିମାଣ ମୋରମ ବିଛାଯାଏ ତେବେ ପଡ଼ିଆ ଉପରେ ୨/୩ ଫୁଟ୍ ଉଚ୍ଚର ମୋରମ ଜମି ରହିବା କଥା। ମହାନଦୀରେ ବନ୍ୟା ଜଳ ଆସିଲେ ଏହା ହୁଏତ ଧୋଇ ଯିବା କଥା। କିନ୍ତୁ ଦୁଇ ବର୍ଷ ଭିତରେ ସେଭଳି କିଛି ହୋଇ ନଥିବା ବେଳେ ମୋରମ ଯାଉଛି କୁଆଡେ? ତଥ୍ୟ ଅନୁଯାୟୀ ବାଲିଯାତ୍ରା ପଡ଼ିଆ ପ୍ରସ୍ତୁତିରେ ମୋରମ ବିଛା କାମ ପାଇଁ ଏଥର ୨ କୋଟି ୧୦ ଲକ୍ଷ ୧୩ ହଜାର ୨୫୫ ଟଙ୍କା‌ର ୫ଟି ଟେଣ୍ଡର କରାଯାଇଛି। ୫ଟି କାମରେ ବାଲିଯାତ୍ରା ପଡ଼ିଆର ୪୩ ଏକର ଜମି ଉପରେ ୧୬ ଶହ ୫୦ କ୍ୟୁବିକ୍‌ ମିଟର ମୋରମ ବିଛାଇବାକୁ ଟେଣ୍ଡରରେ କୁହାଯାଇଛି।

ଏହି ମୋରମ ୬ଶହ ହାଇୱା ଟ୍ରିପ ବା ୪ ହଜାରରୁ ଅଧିକ ଟ୍ରାକ୍ଟର ଟ୍ରିପ ହେବ। ୨୦୨୨ରେ ବାଲିଯାତ୍ରା ପଡ଼ିଆ ପ୍ରସ୍ତୁତିରେ ୩ କୋଟି ୭୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ସେଥିମଧ୍ୟରୁ ସିଭିଲ୍‌ କାମରେ ୨ କୋଟି ୯୧ ଲକ୍ଷ ଟଙ୍କାରେ ମୋରମ ବିଛାଇବା ପାଇଁ ଟେଣ୍ଡର କରାଯାଇ କାମ ହୋଇଥିଲା। ୨ ବର୍ଷର ହିସାବ କଲେ ମୋରମ ବିଛା କାମ ପରିମାଣ ୫ କୋଟି ଟଙ୍କାରୁ ଅଧିକ ହେଉଛି। କିନ୍ତୁ ଗତବର୍ଷ ପଡିଥିବା‌ ମୋରମ କେଉଁଠି ୬ ଇଞ୍ଚ ରହିଛି ତ କେଉଁଠି ବିଲକୁଲ୍ ନାହିଁ। ଚଳିତ ବର୍ଷ ବି ଯେଉଁଠି ମୋରମ ନାହିଁ, ସେହିଠାରେ ପକାଇ ଏକ ପ୍ରକାର ପ୍ୟାଚ୍ କାମ ଚାଲିଥିବା ଦେଖିବାକୁ ମିଳୁଛି। ପୂର୍ବ ବର୍ଷର ଅଭିଯୋଗ ଆଧାରରେ ହୋଇଥିବା ଅଡିଟର ରିପୋର୍ଟ ଏଯାଏ ମିଳି ନ ଥିବା ବେଳେ ଚଳିତ ବର୍ଷ ହେଉଥିବା କାମର କିଏ, କିଭଳି ଯାଞ୍ଚ କରିବ, ଏବଂ ‌ତାର ରିପୋର୍ଟ ମିଳିବାକୁ କେତେ ବର୍ଷ ଲାଗିବ ବୋଲି ପ୍ରଶ୍ନ ଉଠୁଛି। ବର୍ତ୍ତମାନ ଯେଉଁ କାମ ଚାଲିଛି, ସେଥିରେ କ୍ୟାଣ୍ଟନମେଣ୍ଟ ଥାନାରୁ ଗଡ଼ଗଡ଼ିଆ ଘାଟ ମଧ୍ୟରେ ପଡ଼ିଆର ମୁଖ୍ୟ ରାସ୍ତା ପାଇଁ ୪୧ ଲକ୍ଷ ୭୬ ହଜାର ୨୯୪ ଟଙ୍କା, ଗଡ଼ଗଡ଼ିଅ‌ା ଘାଟରୁ ଜଷ୍ଟିସ୍‌ କ୍ବାର୍ଟର ମଧ୍ୟରେ ଥିବା ପଡ଼ିଆ ଓ ରାସ୍ତା କାମ ପାଇଁ ୪୨ ଲକ୍ଷ ୨୨ ହଜାର ୫୪୦ଟଙ୍କା, କ୍ୟା‌େଣ୍ଟନମେଣ୍ଟ ଥାନାରୁ ସିଲଭର୍‌ ସିଟି ବୋଟିଂ କ୍ଲବ୍‌ ପର୍ଯ୍ୟନ୍ତ ମହାନଦୀ କୂଳ ରାସ୍ତାରରେ ମୋରମ ବିଛା ପାଇଁ ୪୧ ଲକ୍ଷ ୬୮ ହଜାର ୫୭୪ ଟଙ୍କା ଖର୍ଚ୍ଚ ହେଉଛି।

ad-week
Leave A Reply

Your email address will not be published.