ଜାବାଲିଆ ରିଲିଫ୍‌ ଶିବିରରେ ବୋମାମାଡ଼, ୫୦ ମୃତ…

add-all

sfhfhsfhsfhfhfh-1-750x430

ଗାଜା: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଯୁଦ୍ଧବିରତି ପାଇଁ ବିଭିନ୍ନ ରାଷ୍ଟ୍ର ଓ ଜାତିସଂଘର ପ୍ରସ୍ତାବକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଚାଲିଛି। ଇସ୍ରାଏଲ ଆଜି ପୁଣି ଉତ୍ତରା ଗାଜାରେ ଜାତିସଂଘ ପରିଚାଳିତ ଜାବାଲିଆ ରିଲିଫ୍‌ ଶିବିର ଉପରେ ବୋମାମାଡ଼ କରିବାରୁ ଅତିକମ୍‌ରେ ୫୦ ଜଣଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ଗାଜାରେ ମଧ୍ୟ ବିମାନ ଆକ୍ରମଣରେ ୩୨ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଅଲ୍‌ ସିଫା ହସ୍ପିଟାଲକୁ ସଂପୂର୍ଣ୍ଣ ଛାନ୍‌ଭିନ୍‌ କରିବା ପାଇଁ ପର୍ଯ୍ୟାୟକ୍ରମେ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି।

ସମଗ୍ର ହସ୍ପିଟାଲକୁ ୧ ଘଣ୍ଟା ମଧ୍ୟରେ ଖାଲି କରିବାକୁ ଇସ୍ରାଏଲ ନିର୍ଦ୍ଦେଶ ଦେଇଛି ବୋଲି ଖବର ପ୍ରଚାରିତ ହୋଇଥିବା ବେଳେ ଏହାକୁ ଇସ୍ରାଏଲ ଖଣ୍ଡନ କରିଛି ଏବଂ ଏହା ହମାସ୍‌ର ଯୋଜନାବଦ୍ଧ ଅପପ୍ରଚାର ବୋଲି କହିଛି। ସାମୟିକ ଯୁଦ୍ଧବିରତି ମାଧ୍ୟମରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ହେଉଥିବା ପ୍ରୟାସକୁ ହମାସ୍‌ ଭଣ୍ଡୁର କରୁଛି ଏବଂ ଲୋକଙ୍କୁ ଢାଲ କରି ଲଢ଼ିବା ଆତଙ୍କବାଦୀଙ୍କ ରଣନୀତି ପାଲଟିଛି ବୋଲି ଇସ୍ରାଏଲ ସେନା ମୁଖପାତ୍ର କହିଛନ୍ତି। ଲୋକଙ୍କୁ ଗାଜା ଛାଡ଼ିବା ପାଇଁ ଯେଉଁ ସୁଯୋଗ ମିଳୁଛି ତାହାକୁ ହମାସ କାର୍ଯ୍ୟକାରୀ ହେବାକୁ ଦେଉନଥିବାରୁ ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ହମାସ୍‌ ହିଁ ଦାୟୀ ରହିବ ବୋଲି ଇସ୍ରାଏଲ କହିଛି। ଅନ୍ୟପକ୍ଷରେ ଦକ୍ଷିଣ ଗାଜାରେ ହମାସ୍‌ର କେତେକ ପ୍ରତିଷ୍ଠାନ ଚିହ୍ନଟ ହେବାପରେ ଇସ୍ରାଏଲ ସେଠାରେ ବିମାନ ଆକ୍ରମଣ ଜାରି ରଖିଛି।

ad-week
Leave A Reply

Your email address will not be published.