ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ…

add-all

Pond_1700383693

ହିଞ୍ଜିଳି : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଂଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତର କୀର୍ତ୍ତିପୁର ଗାଁରେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ନରସୁ ପଲାଇଙ୍କ ଦୁଇ ନାତୁଣୀ ରୋଶନୀ ରାଉତ (୭) ଓ ସନ୍ଧ୍ୟା ରାଉତ (୧୦)।

ରୋଶନୀ ଓ ସନ୍ଧ୍ୟା କୀର୍ତ୍ତିପୁରରେ ତାଙ୍କ ଅଜା ନରସୁ ପଲାଇଙ୍କ ଘରେ ରହି ପାଠ ପଢୁଥିଲେ। ଆଜି ସେମାନେ ଟିଉସନରୁ ଫେରି ଗାଁ ମୁଣ୍ଡରେ ଥିବା ପାତ୍ର ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ କୌଣସି କାରଣ ବଶତଃ ଉଭୟେ ବୁଡି ଯାଇଥିଲେ। ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ହିଞ୍ଜିଳି ପୁଲିସ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତା’ ସହିତ ଘଟଣାର ଅଧିକ ତଦନ୍ତ କରୁଛି।

ad-week
Leave A Reply

Your email address will not be published.