ଛଟ୍‌ ପୂଜା ସାରି ଫେରୁଥିବା ବେଳେ ଗୁଳିମାଡ଼, ୨ ମୃତ…

add-all

chhat-1

ବିହାର: ପ୍ରେମ ସମ୍ପର୍କକୁ ନେଇ ବିହାରର ଲଖିସରାୟ ଜିଲ୍ଲାରେ ଗୁଳିକାଣ୍ଡ। ଏଠାରେ ଛଟ୍‌ ପୂଜା ସାରି ଫେରୁଥିବା ବେଳେ ଏକ ପରିବାର ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ପରିବାରର ୬ ସଦସ୍ୟଙ୍କ ଦେହରେ ଗୁଳି ବାଜିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଦ୍ୱୟ ଦୁଇ ଭାଇ ବୋଲି ଜଣାପଡ଼ିଛି।

କାବାୟା ଥାନା ଅଧୀନ ପଞ୍ଜାବୀ ମୋହାଲାରେ ଏହି ଘଟଣା ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଗୁରୁତରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ମଧ୍ୟରେ ମୃତକ ଦୁଇ ଭାଇଙ୍କ ପତ୍ନୀ, ଭଉଣୀ ଓ ବାପା ଅଛନ୍ତି।

ଲଖିସରାୟ ଏସ୍‌ପିଙ୍କ ମୁତାବକ, ଏକତରଫା ପ୍ରେମ ସମ୍ପର୍କକୁ ନେଇ ଏହି ଗୁଳିକାଣ୍ଡ ଘଟିଛି। ଆଶିଷ ଚୌଧୁରୀ ନାମକ ଯୁବକ ନିଜ ଘର ସାମ୍ନାରେ ରହୁଥିବା ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଯୁବତୀଙ୍କ ପରିବାର ଏହାକୁ ବିରୋଧ କରୁଥିଲେ। ଏଥିରେ ରାଗିଯାଇ ଯୁବକ ଜଣକ ଯୁବତୀଙ୍କ ପରିବାର ଉପରେ ଗୁଳି ଚଳାଇଥିଲେ।

ad-week
Leave A Reply

Your email address will not be published.