ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ରର ପରୀକ୍ଷା କଲା ଭାରତ…

105389891

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦିନକୁ ଦିନ ନୂଆ ଉଚ୍ଚତାକୁ ଛୁଇଁବାରେ ଲାଗିଛି। ଭାରତୀୟ ନୌସେନା ଓ ଡିଆରଡିଓ ମଙ୍ଗଳବାର (ନଭେମ୍ବର ୨୧) ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ନାଭାଲ୍ ଆଣ୍ଟି ସିପ୍ ମିସାଇଲର (ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ର)ର ସଫଳ ପରୀକ୍ଷଣ କରିଛନ୍ତି।
ଏହି ପରୀକ୍ଷଣ ସି କିଙ୍ଗ୍ ୪୨ବି ହେଲିକପ୍ଟର ଜରିଆରେ କରାଯାଇଛି। କ୍ଷେପଣାସ୍ତ୍ର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ନୌସେନା ସୋସିଆଲ ମିଡିଆ ଏକ୍ସରେ କହିଛି। ନୌସେନା ଏହି ପରୀକ୍ଷଣର ଭିଡିଓ ଜାରି କରିଛି। ଭିଡିଓରେ ଦେଖାଯାଉଛି ଯେ କ୍ଷେପଣାସ୍ତ୍ରଟି ହେଲିକପ୍ଟରରୁ ଲଞ୍ଚ୍ ହେବା ପରେ ନିଜର ଲକ୍ଷ୍ୟ ଆଡ଼କୁ ଦ୍ରୁତ ଗତିରେ ଆଗେଇଯାଉଛି ।
ଏହି କ୍ଷେପଣାସ୍ତ୍ରକୁ ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ (ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ) ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଏହା ଏକ ଗାଇଡେଡ୍ ମିସାଇଲ ଓ ଶତ୍ରୁପକ୍ଷର ଜାହାଜକୁ ଠାବ କରିବା ସହ ଧ୍ବଂସ କରିପାରିବ । ଅର୍ଥାତ ଏହା ସିକର ଓ ଗାଇଡାନ୍ସ ଟେକନଲୋଜୀର ପ୍ରୟୋଗ କରାଯାଇଛି ବୋଲି ନୌସେନା ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ।
ଗତ ବର୍ଷ ମେ ମାସରେ ନୌସେନା ପକ୍ଷରୁ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା ।

ad-week
Leave A Reply

Your email address will not be published.