ଟନେଲ ଭିତରେ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ଏବଂ ଅମ୍ଳଜାନ ଅଛି: ଏନଡିଏମଏ…

add-all

ସ_files-74-750x430

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ପରେ ଗତ ୧୦ଦିନ ହେଲାଣି ୪୧ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦିନକୁ ୨୪ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ସଫଳ ହୋଇନାହିଁ। ସଫଳତା ମିଳୁନଥିବାରୁ ଉଦ୍ଧାରକାରୀ ଦଳ ଏବେ ଭର୍ଟିକାଲ ଡ୍ରିଲିଂ ସହିତ ହରାଇଜଣ୍ଟାଲ ଡ୍ରିଲିଂ ଆରମ୍ଭ କରିଛି। ତେବେ ଏହି ଅଭିଯାନ ଆହୁରି କେ‌ତେ ଦିନ ଚାଲିବ, ତାହା କହିବା ଅସମ୍ଭବ ବୋଲି କହିଛନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ର ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ।
ତାଙ୍କ କହିବା ମୁତାବକ, “ଏହା ଏକ ସହଜ କାମ ନୁହେଁ। ତେଣୁ ଆମେ ପ୍ରତ୍ୟେକ ବିକଳ୍ପକୁ ଅନୁସନ୍ଧାନ କରୁଛୁ। ସମସ୍ତ ଉଦ୍ଧାରକାରୀ ଦଳ ଏହା ଉପରେ କାର୍ଯ୍ୟ କରୁଛନ୍ତି। କିଭଳି ଆମେ ଶ୍ରମିକଙ୍କୁ ସୁରକ୍ଷିତ ବାହାରକୁ ଆଣିବୁ ତାହା ଅମାର ଲକ୍ଷ୍ୟ। ସେଥିପାଇଁ ସବୁ ବିକଳ୍ପ ଆପଣାଉଛୁ। ହେଲେ କେବେ ଆମେ ସଫଳ ହେବୁ ତାହା ଏବେଠୁ କହିବା ଅସମ୍ଭବ। ଏପର୍ଯ୍ୟନ୍ତ ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି। ଭିତରେ ପିଇବା ପାଣି ଓ ଅମ୍ଳଜାନ ପର୍ଯ୍ୟାପ୍ତ ପରିମାଣର ଅଛି। ଖାଇବାକୁ ମଧ୍ୟ ଆମେ ଯୋଗାଇ ଦେଇଛୁ। ”

ad-week
Leave A Reply

Your email address will not be published.