ଫାଇନାଲ ମ୍ୟାଚ୍‌ ବେଳେ ଟିଭି ବନ୍ଦ କରିଦେଲା ପୁଅ, ରାଗରେ ତଣ୍ଟି ଚିପି ମାରିଦେଲା ବାପା

add-all

UP_1700566158

କାନପୁର : କ୍ରିକେଟ ମ୍ୟାଚ୍‌ ପାଇଁ ପୁଅକୁ ହତ୍ୟା କଲା ବାପା। ବିଶ୍ୱକପ ଫାଇନାଲ ମ୍ୟାଚ୍‌ ବେଳେ ପୁଅ ଟିଭି ସୁଇଜ୍‌ ବନ୍ଦ କରିଦେଇଥିଲା। ଏଥିରେ ରାଗି ଯାଇ ବାପା ଜଣକ ତା’ ପୁଅର ତଣ୍ଟି ଚିପି ହତ୍ୟା କରିଛି। ଉତ୍ତର ପ୍ରଦେଶର କାନପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ କାନପୁର ପୁଲିସ୍‌ ଅଭିଯୁକ୍ତ ବାପାକୁ ଗିରଫ କରିଛି।
ପୁଲିସ୍‌ କହିଛି ଯେ ଘଟଣାଟି ରବିବାର ଘଟିଥିଲା। ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପର ଫାଇନାଲ ମ୍ୟାଚ୍‌ ଖେଳୁଥିବା ବେଳେ ଏହାକୁ ଗଣେଶ ପ୍ରସାଦ ଟିଭିରେ ଉପଭୋଗ କରୁଥିଲେ। କିନ୍ତୁ ତାଙ୍କ ପୁଅ ଦୀପକ ନିଶାଦ ବାରମ୍ବାର ରାତି ଖାଇବା ତିଆରି କରିବାକୁ ଜିଦ କରିଥିଲେ।
ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପ୍ରଥମେ ରୋଷେଇ କର ଓ ପରେ ମ୍ୟାଚ୍‌ ଦେଖିବ ବୋଲି ପୁଅ ଦୀପକ ବାପା ଗଣେଶକୁ କହିଥିଲା। କିନ୍ତୁ ସେ କିଛି ବି ଶୁଣି ନଥିଲେ। ସେ ଟିଭିରେ ମ୍ୟାଚକୁ ଦେଖିବାରେ ଲାଗିଥିଲେ।
ବାରମ୍ବାର କହିବା ସତ୍ତ୍ୱେ ବାପା ଗଣେଶ କିଛି ନଶୁଣିବାରୁ ଦୀପକ ଟିଭି ସୁଇଚକୁ ବନ୍ଦ କରିଦେଇଥିଲେ। ବାସ୍‌ ଏହାକୁ ନେଇ ଦୁଇ ଜଣଙ୍କ ଭିତରେ ପାଟିତୁଣ୍ଡ ଓ ମାଡ଼ ମରାମରି ଯାଏ କଥା ଯାଇଥିଲା।
ସ୍ଥିତି ଅଧିକ ବିଗିଡ଼ିବାରୁ ଗଣେଶ ଗୋଟିଏ ବିଦ୍ୟୁତ ତାର ଦ୍ୱାରା ପୁଅ ଦୀପକର ତଣ୍ଟିକୁ ଚିପି ଦେଇଥିଲା। ଏଥିଯୋଗୁ ଦୀପକ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲା। ପୁଅକୁ ହତ୍ୟା କରିବା ପରେ ଗଣେଶ ସେଠାରୁ ଚମ୍ପଟ ମାରିଥିଲା। କିନ୍ତୁ କାନପୁର ପୁଲିସ୍‌ ତା’କୁ ଧରିବାକୁ ସକ୍ଷମ ହୋଇଛି।
ଏଏସ୍‌ପି ବ୍ରିଜ ନାରାୟଣ ସିଂହ କହିଛନ୍ତି, ଦୀପକ ବାରମ୍ବାର ମଦ ପିଉଥିବାରୁ ଏହାକୁ ନେଇ ବାପ-ପୁଅଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହେଉଥିଲା। ତେବେ ରବିବାର ଫାଇନାଲ ମ୍ୟାଚ୍‌ରେ ଦୀପକ ବିଭ୍ରାଟ ସୃଷ୍ଟି କରିବାରୁ ଗଣେଶ ତା’କୁ ତଣ୍ଟି ଚିପି ମାରି ଦେଇଛି। ଆମେ ଅଭିଯୁକ୍ତ ଗଣେଶକୁ ଧରିଛୁ ଓ ଏବେ ଘଟଣାର ଅଧିକ ତଦନ୍ତ କରୁଛୁ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.