ଆସନ୍ତା ବର୍ଷ ଭାରତ ଆସିବ ଟେସଲା ! ଜାନୁଆରିରେ ହୋଇପାରେ ଘୋଷଣା

add-all

WhatsApp-Image-2023-11-21-at-19.34.29-750x430

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଭାରତରେ ପ୍ରବେଶ କରିପାରେ ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନି ଟେସଲା । ଭାରତ ସହ ଟେସ୍ଲାର ଉତ୍ପାଦନ କାରଖାନା ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଏହି ଚୁକ୍ତି ପରେ ଟେସ୍ଲା ଆସନ୍ତା ବର୍ଷଠାରୁ ଭାରତରେ ଇଲେକ୍ଟ୍ରିକ୍ କାର୍ ଉତ୍ପାଦନ ପାଇଁ ଏକ କାରଖାନା ସ୍ଥାପନ କରିବାକୁ ସକ୍ଷମ ହେବ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆସନ୍ତା ବର୍ଷ ଜାନୁଆରିରେ ହେବାକୁ ଥିବା ‘ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ୍ ସମିଟ୍’ରେ ଏହା ଘୋଷଣା କରାଯାଇପାରେ ବୋଲି ଏହି ମାମଲା ସହ ଜଡ଼ିତ ବ୍ୟକ୍ତିମାନେ କହିଛନ୍ତି। କାରଖାନା ପ୍ରତିଷ୍ଠା ପାଇଁ ଗୁଜରାଟ ସମେତ ମହାରାଷ୍ଟ୍ର ଓ ତାମିଲନାଡୁର ନାମ ମଧ୍ୟ ଚର୍ଚ୍ଚା ହେଉଛି। କାରଣ ଏହି ରାଜ୍ୟଗୁଡ଼ିକରେ ଇଲେକ୍ଟ୍ରିକ୍ ଯାନ ଏବଂ ରପ୍ତାନି ପାଇଁ ଏକ ଭଲ ବାତାବାରଣ ରହିଛି। ଏହା ସହ ପୂର୍ବରୁ ଏଲନ୍ ମସ୍କ ମଧ୍ୟ କହିଥିଲେ ଯେ ସେ ଆସନ୍ତା ବର୍ଷ ଭାରତ ଆସିବାକୁ ଯୋଜନା କରୁଛନ୍ତି।
ନିକଟରେ ଭାରତର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋଏଲ ଆମେରିକାରେ ଥିବା ଟେସଲାର କାରଖାନା ପରିଦର୍ଶନ କରିଥିଲେ । ତାଙ୍କ ସହ ଏକ ଭାରତୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଏହି କାରଖାନା ପରିଦର୍ଶନ କରିଥିଲା । ଏଥିରୁ ଅନୁମାନ କରାଯାଉଥିଲା ଯେ ଭାରତ ଓ ଟେସଲା ମଧ୍ୟରେ ଆଲୋଚନା ଜାରି ରହିଛି । ପୂର୍ବରୁ ଟିକସ ବିବାଦ ଯୋଗୁଁ ଟେସଲାର ଭାରତୀୟ ବଜାର ପ୍ରବେଶ ବିଳମ୍ବ ହୋଇଚାଲିଥିଲା ।

ad-week
Leave A Reply

Your email address will not be published.