୩୦୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ ଇସ୍ରାଏଲ୍, ଜାରି କଲା ତାଲିକା

F_fuKO2XoAEqDAl-750x430

ଜେରୁଜେଲମ୍ : ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୬ ସପ୍ତାହ ହେବ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି ।  ଉଭୟ ପକ୍ଷ ମଧ୍ୟରେ ମାନବିକ ଅସ୍ତ୍ରବିରତି ପାଇଁ ରାଜିନାମା ହୋଇଛି । ଏହି ଚୁକ୍ତି ପରେ ହମାସ ଇସ୍ରାଏଲର ୨୪୦ ଜଣ ବନ୍ଧକଙ୍କ ମଧ୍ୟରୁ ପ୍ରାୟ ୫୦ ଜଣଙ୍କୁ  ମୁକ୍ତ କରିବ। ଇସ୍ରାଏଲ ମଧ୍ୟ ପାଲେଷ୍ଟାଇନ୍ କଏଦୀମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।

ଟାଇମ୍ସ ଅଫ୍ ଇସ୍ରାଏଲ ଅନୁଯାୟୀ, ଇସ୍ରାଏଲ ୩୦୦ ପାଲେଷ୍ଟାଇନ ବନ୍ଦୀଙ୍କ ତାଲିକା ଜାରି କରିଛି। ୩୦୦ ଜଣ ବନ୍ଦୀଙ୍କ ମଧ୍ୟରୁ ମୋଟ ୨୮୭ ଜଣଙ୍କ ବୟସ ୧୮ ବର୍ଷରୁ କମ୍। ପଶ୍ଚିମ କୂଳ ଏବଂ ପୂର୍ବ ଜେରୁଜେଲମରେ ଦଙ୍ଗା ଓ ପଥରମାଡ଼ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା।

ଇସ୍ରାଏଲ ଦ୍ୱାରା ମୁକ୍ତ ହେବାକୁ ଥିବା ୩୦୦ ପାଲେଷ୍ଟାଇନ ବନ୍ଦୀଙ୍କ ମଧ୍ୟରେ ମୋଟ ୧୫୦ ଜଣ ମହିଳା ଏବଂ ନାବାଳକ ଅଛନ୍ତି, ଯେଉଁମାନଙ୍କୁ ଇସ୍ରାଏଲ ୪ ଦିନର ଅସ୍ତ୍ରବିରତି ସମୟରେ ମୁକ୍ତ କରିବାକୁ ରାଜି ହୋଇଛି । ଏହାବ୍ୟତୀତ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ଅଭିଯୋଗରେ ୧୩ ଜଣ ମହିଳାଙ୍କୁ ଗିରଫ କରାଯାଇଛି।

ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ ଏହି ବନ୍ଧକ ଚୁକ୍ତିକୁ ସମର୍ଥନ ଜଣାଇଛନ୍ତି। ଇସ୍ରାଏଲର ଯୁଦ୍ଧ କ୍ୟାବିନେଟର ଅଧିକାରୀମାନେ ୬ ଘଣ୍ଟିଆ ବୈଠକ କରିଥିଲେ, ଯାହା ପରେ କତର, ଇଜିପ୍ଟ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ତର୍ଜାତୀୟ ପ୍ରୟାସ ଦ୍ୱାରା ଏହି ଚୁକ୍ତିକୁ ଅନୁମୋଦନ ମିଳିଥିଲା । ହ୍ୱାଇଟ୍ ହାଉସ୍ ଅନୁଯାୟୀ, ଚୁକ୍ତିକୁ ସମସ୍ତ ପକ୍ଷ ଅନୁମୋଦନ କରିବାର ପ୍ରାୟ ୨୪ ଘଣ୍ଟା ପରେ ବନ୍ଦୀମାନଙ୍କୁ ମୁକ୍ତ କରିବା ଆରମ୍ଭ ହେବ।

ad-week
Leave A Reply

Your email address will not be published.