ଗାଜା ହସ୍ପିଟାଲରେ ଠାବ ସୁଡଙ୍ଗ ହମାସର ନୁହେଁ, ଇସ୍ରାଏଲର ବଙ୍କର: ପୂର୍ବତନ ପ୍ରଧାନମନ୍ତ୍ରୀ

IMAGE_1700635222

ଗାଜା ଅଲ୍ ସିଫା ହସ୍ପିଟାଲରେ ସୁଡଙ୍ଗ କରିନାହାନ୍ତି ଆତଙ୍କବାଦୀ, ବରଂ ଏହା ଇସ୍ରାଏଲର ବଙ୍କର। ଏହି ବଙ୍କରଗୁଡିକୁ ଇସ୍ରାଏଲ ସେନା ନିର୍ମାଣ କରିଥିବା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇହୁଦ ବାରାକ।

ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ଇହୁଦ ବାରାକ କହିଛନ୍ତି ଯେ, ଗତ ସପ୍ତାହରେ ଇସ୍ରାଏଲ୍ ସେନା ଠାବ କରିଥିବା ୫୫ ମିଟର ସୁଡଙ୍ଗ ପ୍ରକୃତରେ ଆତଙ୍କବାଦୀଙ୍କର ନୁହେଁ। ଏହି ସୁଡଙ୍ଗକୁ ହମାସ ସଂଗଠନ ନିର୍ମାଣ କରିନାହିଁ, ବରଂ ଏହା ଇସ୍ରାଏଲ ସେନାର। ଅନେକ ଦଶନ୍ଧି ପୂର୍ବରୁ ଇସ୍ରାଏଲ ସେନା ଏହି ବଙ୍କର ନିର୍ମାଣ କରିଥିଲା।

ଯେତେବେଳେ ତେଲ ଅଭିଭ ଗାଜା ଦଖଲ କରିଥିଲା, ସେତେବେଳେ ହସ୍ପିଟାଲର ଅପରେସନ ପାଇଁ ଅଧିକ ସ୍ଥାନ ସକ୍ଷମ କରିବାକୁ ଏହି ବଙ୍କର ନିର୍ମାଣ ହୋଇଥିଲା ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ବାରାକ କହିଛନ୍ତି।

ନିକଟରେ ଗାଜାର ସବୁଠୁ ବଡ ହସ୍ପିଟାଲ ଅଲ୍ ସିଫାରେ ଗୁପ୍ତ ସୁଡଙ୍ଗ ଠାବ କରିଥିଲେ ଇସ୍ରାଏଲ ସେନା। ଇସ୍ରାଏଲ୍ ସୈନ୍ୟବାହିନୀକୁ କମାଣ୍ଡ ସେଣ୍ଟର୍ ଏବଂ ହାମାସର ଭୂତଳକୁ ପ୍ରବେଶ ନକରାଇ ଦେବା ପାଇଁ ହାମାସ ଆତଙ୍କବାଦୀ ସଂଗଠନ ଏହି ସୁଡଙ୍ଗ କରିଥିବା ଇସ୍ରାଏଲ ସେନା ଏକ ବିବୃତ୍ତିରେ କହିଥିଲା।

ad-week
Leave A Reply

Your email address will not be published.