OpenAIକୁ ଫେରିବେ ସିଇଓ ସାମ ଅଲ୍ଟମ୍ୟାନ…

add-all

IMAGE_1700645682

OpenAI ପରିଚାଳନା ବିଭାଗରେ ‘ଘଡିକେ ଘୋଡା ଛୁଟୁଛି।’ କମ୍ପାନୀକୁ ଫେରିବେ ପାଞ୍ଚ ଦିନ ତଳରେ ଇସ୍ତଫା ଦେଇଥିବା ସିଇଓ ସାମ ଅଲ୍ଟମ୍ୟାନ। ଏନେଇ କମ୍ପାନୀ ଘୋଷଣା କରିଛି। ଅଲ୍ଟମ୍ୟାନ ପୁନଃ ଯୋଗଦେବା ପରେ ବୋର୍ଡ ସଦସ୍ୟ ରହିବେ ବୋଲି କମ୍ପାନୀ କହିଛି।

ସୂଚନା ଅନୁସାରେ, ଅଲ୍ଟମ୍ୟାନଙ୍କ ଇସ୍ତଫା ପରେ ଅନ୍ୟ କର୍ମଚାରୀ ସାମୂହିକ ଇସ୍ତଫା ଦେବା ନେଇ ଧମକ ଦେବା ପରେ ଏପରି ନିଷ୍ପତ୍ତି ନେଇଛି କମ୍ପାନୀ। କମ୍ପାନୀ ଏକ ଏକ୍ସ ପୋଷ୍ଟରେ କହିଛି ଯେ, “ଅଲ୍ଟମ୍ୟାନ ପୁନଃ ଯୋଗ ଦେଉଥିବାରୁ ଆମେ ବେଶ୍ ଉତ୍ସାହିତ। ବ୍ରେଟ୍ ଟେଲର, ଲ୍ୟାରି ସମର୍ସ ଏବଂ ଆଡାମ ଡି’ଆଙ୍ଗେଲୋଙ୍କ ନୂତନ ପ୍ରାରମ୍ଭିକ ବୋର୍ଡ ସହିତ ସିଇଓ ଭାବରେ ଓପନ୍ଏଆଇକୁ ଫେରୁଛନ୍ତି ସାମ ଅଲ୍ଟମ୍ୟାନ।”

ସେପଟେ ସାମ ଅଲ୍ଟମ୍ୟାନ ମଧ୍ୟ କମ୍ପାନୀକୁ ଫେରୁଥିବାରୁ ଖୁବ୍ ଉତ୍ସାହିତ ଥିବା କହିଛନ୍ତି। ସେ କହିଛନ୍ତି, “ମୁଁ OpenAI କୁ ଭଲ ପାଏ, ଏବଂ ଗତ କିଛି ଦିନ ମଧ୍ୟରେ ଯାହା ବି କିଛି କରିଛି ସେସବୁକୁ ମୁଁ ଭଲପାଏ। ଆଗାମୀ ଦିନରେ ଏହି ଟିମ୍ ସହ ରହି କାର୍ଯ୍ୟ କରିବି। ମାଇକ୍ରୋସଫ୍ଟ ସହ ମଧ୍ୟ ଦୃଢ ସହଭାଗୀତା ରଖିବୁ।”

ପ୍ରକାଶ ଥାଉ କି, ଚାଟଜିପିଟି ତିଆରି କରିଥିବା OpenAI ସିଇଓ ସାମ ଅଲ୍ଟମ୍ୟାନଙ୍କୁ କମ୍ପାନୀ ବହିଷ୍କାର କରିଥିଲା। ଏହାପରେ ନିଜ ପଦରୁ ଇସ୍ତଫା ଦେଇଥିଲେ ଅଲ୍ଟମ୍ୟାନ। OpenAI ରୁ ଇସ୍ତଫା ଦେବା ପରେ Microsoft ରେ ଯୋଗ ଦେଇଥିଲେ। କିନ୍ତୁ ଅଲ୍ଟମ୍ୟାନଙ୍କ ଟିମ୍ ତାଙ୍କ ଅଭାବକୁ ଅନୁଭବ କରିଥିଲା। ଯଦି ଅଲ୍ଟମ୍ୟାନ ଟିମରେ ଯୋଗ ନ ଦିଅନ୍ତି ତେବେ ସେମାନେ ସାମୂହିକ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ।

ad-week
Leave A Reply

Your email address will not be published.