ଲକ୍ଷ୍ମୀ ଯୋଜନା ଓ ମୋ ବସ ଚଳାଚଳ ବିରୋଧରେ ଧାରଣାରେ ବସିଲେ ଘରୋଇ ବସ ମାଲିକ…

add-all

b (1)

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଲାକମୀ ବା ଲକ୍ଷ୍ମୀ ଯୋଜନା ଓ ମୋ ବସ ଚଳାଚଳର ପ୍ରକ୍ରିୟା ବିରୋଧରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ରଣ ହୁଙ୍କାର ଦେଇଛନ୍ତି। ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଘରୋଇ ବସ ମାଲିକ ସଂଘର ସଦସ୍ୟଗଣ। ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ବସ ମାଲିକ। ସରକାର ନ ଶୁଣିଲେ ଡିସେମ୍ବର୧ ତାରିଖରେ ବସ ଧର୍ମଘଟ ପାଇଁ ସଂଘ ଚେତାବନୀ ଦେଇଛି।

ସୂଚନାଯୋଗ୍ୟ, କଟକ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏକ ବୈଠକରେ ୨୨ ତାରିଖ ଦିନ ବିଧାନସଭା ଆଗରେ ପ୍ରତିବାଦ ନିଷ୍ପତ୍ତିକୁ ସମ୍ମତି ପ୍ରଦାନ କରାଯାଇଥିଲା। ୧୦୦ ଜଣ ବସ୍ ମାଲିକ ଏହି ପ୍ରତିବାଦରେ ସାମିଲ୍ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ad-week
Leave A Reply

Your email address will not be published.