ସମ୍ପର୍କୀୟଙ୍କ ସହ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ…

add-all

ser

ପ୍ରଥମେ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ହେଲା ଦେଖାସାକ୍ଷାତ। ପରେ ଠିକ୍‌ ହେଲା ବିବାହ ଆଉ ସରିଲା ନିର୍ବନ୍ଧ। ହେଲେ ବିବାହକୁ ଆଉ କିଛି ଦିନ ବାକି ଥିବା ବେଳେ ସମ୍ପର୍କୀୟଙ୍କ ସହ ମିଶି ଯୁବତୀଙ୍କୁ କଲେ ଗଣଦୁଷ୍କର୍ମ। ଏଭଳି କିଛି ଘଟଣା ଘଟିଛି ଗାଜିଆବାଦରେ। ପୁଲିସ ଏହି ଘଟଣାରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

ବିବାହ ପାଇଁ ମାଟ୍ରିମୋନି ସାଇଟ୍‌ରେ ବାୟୋଡାଟା ଅପ୍‌ଲୋଡ କରିଥିଲେ ପୀଡିତା। ଏହା ଦେଖି ମାର୍ଚ୍ଚ ୧୧ ତାରିଖରେ ଅମିତ ଯାଦବ ନାମକ ଜଣେ ଯୁବକ ଯୁବତୀଙ୍କ ବାପାଙ୍କୁ ଫୋନ୍ କରିଥିଲେ। ଅମିତ ନିଜକୁ ଦିଲ୍ଲୀ ଏମ୍ସର ଡାକ୍ତର ବୋଲି ପରିଚୟ ଦେଇଥିଲେ। ଏହାପରେ ମାର୍ଚ୍ଚ ମାସରେ ହିଁ ଅମିତ ଯାଦବ ଓ ଯୁବତୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଦିଲ୍ଲୀରେ ଦେଖାସାକ୍ଷାତ ହୋଇଥିଲା। ଉଭୟ ପକ୍ଷ ବିବାହ ପାଇଁ ରାଜି ମଧ୍ୟ ହୋଇଥିଲେ।

ଏପ୍ରିଲ ୨ ତାରିଖରେ ହରିୟାଣା ସ୍ଥିତ ଅମିତ ଯାଦବଙ୍କ ଗାଁରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ତେବେ ନିର୍ବନ୍ଧ ସରିବା ପରେ ସାମ୍ନାକୁ ଆସିଥିଲା ପୁଅ ଘରର ଲୋକଙ୍କ ଅସଲ ଚରିତ୍ର। ଅମିତଙ୍କ ଘର ଲୋକେ ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ କାର୍‌ ଡିମାଣ୍ଡ କରିଥିଲେ। ତେବେ ଏହି ଯୌତୁକ ଦେବାକୁ ରାଜି ହୋଇନଥିଲେ ଝିଅ ଘର ଲୋକେ। ଏହାପରେ ଅମିତ ଯାଦବ ଓ କିଛି ସମ୍ପର୍କୀୟ ମିଶି ଝିଅ ଘରକୁ ଯାଇଥିଲେ। ସେଠାରେ ପୀଡିତାଙ୍କୁ ନିଶା ଦ୍ୟବ୍ର ଦେଇ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଝିଅ ଘର ଲୋକ ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହେଁ ଦୁଷ୍କର୍ମ ପରେ ପୀଡିତା ଗର୍ଭବତୀ ହୋଇଥିଲେ। ଜୋର ଜବରଦସ୍ତି ଅମିତ ତାଙ୍କ ଗର୍ଭପାତ କରାଇଥିଲେ। ପୀଡିତାଙ୍କ ଅଶ୍ଳୀଳ ଫଟୋ ଆଉ ଭିଡିଓ ଉଠାଇ ତାଙ୍କୁ ଲଗାତର ବ୍ଲାକମେଲିଂ କରୁଥିଲେ ଅମିତ ଯାଦବ। ଏଥିରେ ବିରକ୍ତି ହୋଇ ନଭେମ୍ବର ୨ ତାରିଖରେ କବିନଗର ଥାନାରେ ମାମାଲା ରୁଜୁ କରିଥିଲେ ପୀଡିତା।

ଅଭିଯୋଗ ଆଧାରରେ ଗାଜିଆବାଦ ପୁଲିସ ଅମିତ ଯାଦବଙ୍କୁ ଦିଲ୍ଲୀର ହୋଜଖାସ ଅଞ୍ଚଳରୁ ଗିରଫ କରିଛି। ଦିଲ୍ଲୀରେ ଅଭିଯୁକ୍ତ ଡାକ୍ତର ଅମିତକୁ ପୁଲିସ ପଚରାଉଚରା କରିବା ପରେ ଗାଜିଆବାଦ ଆଣିଛି। ସେଠାରେ ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ୍‌କୁ ପଠାଇ ଦିଆଯାଇଛି। ସେପଟେ ଏହି ମାମଲାରେ ପୁଲିସ ଅମିତଙ୍କ ସମେତ ମୋଟ ୧୧ ଜଣଙ୍କ ନାଁ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.