ଆସନ୍ତା କାଲିଠୁ ପଞ୍ଚୁକ ବ୍ରତ, ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା

add-all

ପୁରୀ : କାଲିଠୁ ପବିତ୍ର ପଞ୍ଚୁକ। ଏଥିପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼। ଗହଳିକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ତେଣୁ ଆଜିଠାରୁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ପଞ୍ଚୁକର ୫ ଦିନରେ ମହାପ୍ରଭୁଙ୍କ ଚିତ୍ତାକର୍ଷ ୫ଟି ବେଶ ଦର୍ଶନ କରିବେ ହବିଷ୍ୟାଳି ଓ ଭକ୍ତ। ବିଶ୍ବାସ ରହିଛି ମାସ ସାରା ବ୍ରତ ରଖି ଯେତିକି ପୂଣ୍ୟ ମିଳିଥାଏ , ପଞ୍ଚୁକ ପାଞ୍ଚ ଦିନ ବ୍ରତ ରଖିଲେ ଅଧିକ ପୂଣ୍ୟ ମିଳିଥାଏ।

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶ୍ବ ଶ୍ରୀକୃଷ୍ଣ ସିନେମା ଗଳି ନିକଟରେ ୪ଟି ଏବଂ ଦୋଳବେଗୀ କୋଣ ନିକଟରେ ୮ଟି ଏପରି ମୋଟ ୧୨ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବ। ସେହିପରି ବଡ଼ଦାଣ୍ଡରେ ସିଂହଦ୍ବାରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରହିବ। ପଞ୍ଚୁକ ସମୟରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ।

ad-week
Leave A Reply

Your email address will not be published.