ପଞ୍ଜାବ ଗୁରୁଦ୍ବାରରେ ଦୁଇ ନିହଙ୍ଗ୍‌ ଶିଖ୍‌ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ; ଜଣେ ପୁଲିସ ମୃତ, ୫ ଆହତ…

add-all

gd-750x430

କପୁରତାଲା: ବୁଧବାର ରାତିରେ ପଞ୍ଜାବର କପୁରତାଲାରେ ଦୁଇ ନିହଙ୍ଗ୍‌ ଶିଖ୍‌ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଓ ଗୁଳିକାଣ୍ଡ ଘଟିବାରୁ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି ଓ ଆଉ ୫ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ମୃତ ପୁଲିସ କର୍ମଚାରୀ ହେଉଛନ୍ତି, ସୁଲ୍‌ତାନପୁର ଲୋଧି ଥାନାରେ ନିଯୁକ୍ତ କନେଷ୍ଟବଳ ଜସ୍‌ପାଲ୍‌ ସିଂହ। କପୁରତାଲା ଜିଲ୍ଲାରେ ଥିବା ଗୁରୁଦ୍ବାର ଶ୍ରୀଅକ୍‌ଲା ବୁଙ୍ଗା ନିୟନ୍ତ୍ରଣ କରିବା କଥାକୁ ନେଇ ଗତ ୩ ଦିନ ହେବ ବିବାଦ ଚାଲିଥିଲା।
ସଂଗୃହୀତ ସୂଚନା ଅନୁସାରେ, ଦୁଇ ନିହଙ୍ଗ ଗୋଷ୍ଠୀ ଗୁରୁଦ୍ବାର ଶ୍ରୀଅକ୍‌ଲା ବୁଙ୍ଗାର ମାଲିକାନା ଦାବି କରୁଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଅନେକ ଅସ୍ତ୍ରଶସ୍ତ୍ର ଧରି ଗୁରୁଦ୍ବାରରେ ପ୍ରବେଶ କରି ଭିତରୁ କବାଟ କୀଳି ରହିଥିଲେ। ପରେ ବିରୋଧୀ ଗୋଷ୍ଠୀର ପ୍ରାୟ ୩୦/୪୦ଜଣ ନିହଙ୍ଗ ଶିଖ୍ ଗୁରୁଦ୍ବାର ଶ୍ରୀଅକ୍‌ଲା ବୁଙ୍ଗାରେ ପ୍ରବେଶ କରି ତା’ର ପରିସରକୁ ଦଖଲ କରିବାକୁ ଉଦ୍ୟମ କରିଥିଲେ। ଫଳରେ ସେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଗୁରୁଦ୍ବାରରେ ପଶି ରହିଥିବା ମାନ୍‌ ସିଂହଙ୍କ ଦଳର ଲୋକମାନଙ୍କୁ ବାହାର କରିବା ଲାଗି ଗତ ରାତିରେ ପୁଲିସ ଉଦ୍ୟମ କରିବାରୁ ସେମାନେ ନିର୍ବିାଚର ଭାବେ ପୁଲିସ ଟିମ୍‌ ଉପରକୁ ଗୁଳି ଚଳାଇଲେ। ଫଳରେ ଜଣେ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଲା ଓ ୫ଜଣ ଆହତ ହେଲେ। ଚିକିତ୍ସା ଲାଗି ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କପୁରତାଲାରେ ଗୁରୁଦ୍ବାର ଶ୍ରୀଅକ୍‌ଲା ବୁଙ୍ଗା ଦଖଲ କରିଥିବା ନିହଙ୍ଗ ସମ୍ପ୍ରଦାୟର ୧୦ଜଣ ଲୋକଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି।

ad-week
Leave A Reply

Your email address will not be published.