ସମଗ୍ର ବିଶ୍ବରେ ଥିବା ହମାସ୍‌ ଆତଙ୍କବାଦୀଙ୍କ ସନ୍ଧାନ ନେବାକୁ ଗୁଇନ୍ଦା ଏଜେନ୍‌ସି ‘ମୋସାଦ୍‌’କୁ ଆଦେଶ ଦେଲେ ନେତାନ୍ୟାହୁ…

add-all

benjamin-netanyahu-sky-news_6181864-750x430

ତେଲ୍‌ ଆଭିଭ୍‌: ସମଗ୍ର ବିଶ୍ବରେ ଥିବା ହମାସ୍‌ ଆତଙ୍କବାଦୀଙ୍କ ସନ୍ଧାନ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦେଶର ଗୁଇନ୍ଦା ଏଜେନ୍‌ସି ‘ମୋସାଦ୍‌’କୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆଦେଶ ଦେଇଛନ୍ତି।
ଗୋଟାଏ ସାମ୍ବାଦିକ ସମ୍ମିଳନୀରେ ବକ୍ତବ୍ୟ ଦେବା ବ‌େଳେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଲେ, ଦୁନିଆର ଯେକୌଣସି ସ୍ଥାନରେ ଥିବା ହମାସ୍‌ ମୁଖ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଁ ‘ମାସୋଦ୍‌’କୁ ଆଦେଶ ଦେଇଛି।
ସୂଚନାଯୋଗ୍ୟ, ହମାସ୍‌ର ମୁଖ୍ୟମାନେ ପ୍ରଧାନତଃ କତରର ଉପସାଗରୀୟ ରାଷ୍ଟ୍ର ଓ ଲେବାନନ୍‌ର ରାଜଧାନୀ ବିରୁଟ୍‌ରେ ନିର୍ବାସିତ ଭାବେ ରହୁଛନ୍ତି। ବିଗତ ବର୍ଷମାନଙ୍କରେ ‘ମୋସାଦ୍’ ବିଦେଶରେ ଥିବା ପାଲେଷ୍ଟିନୀୟ ଉଗ୍ରବାଦୀ ଓ ଇରାନୀୟ ଆଣବିକ ବିଜ୍ଞାନୀମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇ ଆସୁଛି।
ଅସ୍ତ୍ରବିରତି ଚୁକ୍ତି ୪ ଦିନରୁ ଆଉ କିଛି ଦିନ ଅଧିକ ସମୟ ବୃଦ୍ଧି କରାଯିବ କି, ଏବଂ ତାହା ହମାସ୍‌ ମୁଖ୍ୟଙ୍କ ପ୍ରତି ଲାଗୁ ହେବ କି ବୋଲି ସମ୍ବାଦିକମାନ‌େ ପଚାରିବାରୁ ନେତାନ୍ୟାହୁ କହିଲେ ସେଭଳି ବାଧ୍ୟବାଧ୍ୟକତା ନାହିଁ।
ସେହିପରି, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ୍‌ ଗୁରୁତ୍ବାରୋପ କରି କହିଛନ୍ତି, ହମାସ ନେତାମାନେ ହେଉଛନ୍ତି ଚଳପ୍ରଚଳ ହେଉଥିବା ମୃତ ବ୍ୟକ୍ତି। ସେମାନେ ସେମାନଙ୍କ ଆୟୁଷ ଅପେକ୍ଷା ଅଧିକ ଦିନ ବଞ୍ଚିଛନ୍ତି। ଏ ସଂଗ୍ରାମ ବିଶ୍ବବ୍ୟାପକ: ଯୁଦ୍ଧକ୍ଷେତ୍ରରେ ବନ୍ଧୁକଧାରୀଙ୍କଠାରୁ ଆରମ୍ଭ କରି ସୌଖିନ ବିମାନରେ ଉଡ଼ିବୁଲୁଥିବା ସମସ୍ତ ହମାସ୍‌ଙ୍କ ଭାଗ୍ୟରେ ମୃତ୍ୟୁ ଯୋଗ ଅଛି।
ଏହାଛଡ଼ା, ନେତାନ୍ୟାହୁ କହିଛନ୍ତି, ଅସ୍ତ୍ରବିରତି ପରେ ପୁଣି ଯୁଦ୍ଧ ଚାଲିବ। ଆମର ଲକ୍ଷ୍ୟ ହାସଲ ହେବାଯାଏ ଯୁଦ୍ଧ ଜାରି ରଖିବୁ।

ad-week
Leave A Reply

Your email address will not be published.