ଭୁବନେଶ୍ବର ମାର୍କେଟକୁ ଆସିଲା ଭାରତ ଅଟା; ବିକ୍ରି କରୁଛି ନାଫେଡ୍‌, ଗ୍ରାହକଙ୍କ ମନରେ ଖୁସି

youtube

product-jpeg

ଭୁବନେଶ୍ବର: ଭୁବନେଶ୍ୱର ବଜାରକୁ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଭାରତ ଅଟା ଆସିଛି। ଦୁଇ ସପ୍ତାହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଭାରତ ଅଟାକୁ ଶୁଭାରମ୍ଭ କରିଥିଲେ। ଭାରତ ଅଟା କିଲୋ ପିଛା ୨୭ଟଙ୍କା ୫୦ ପଇସା ରହିଛି। ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍) ଦ୍ୱାରା ଏହି ଭାରତ ଅଟା ବଣ୍ଟନ କରାଯାଉଛି। ଅନ୍ୟ ବ୍ରାଣ୍ଡ ତୁଳନାରେ ଏହି ଅଟା ଶସ୍ତାରେ ମିଳୁଥିବାରୁ ଏହାକୁ ନେବା ପାଇଁ ଲୋକଙ୍କ ଭିତରେ ଖୁସି ଦେଖିବାକୁ ମିଳୁଛି। ବାହାରେ ୫କିଲୋ ଓଜନର ଅଟାର ଦର ୨୪୦ ଟଙ୍କା ଥିବା ବେଳେ ନାଫେଡ ଦ୍ୱାରା ଏହା କୁ ୧୪୦ଟଙ୍କାରେ ବିକ୍ରି କରାଯାଉଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଭାରତ ଅଟା ବିକ୍ରି ନେଇ ଘୋଷଣା କରିଥିଲେ। ସରକାର ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ ଅଟା ବିକ୍ରି କରିବାକୁ ଘୋଷଣା କରିଥିଲେ। ମୋବାଇଲ ଭ୍ୟାନ ମାଧ୍ୟମରେ ସବୁ ରାଜ୍ୟରେ ଏହି ଅଟା ବିକ୍ରି କରାଯିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲ ଗତ ୬ ତାରିଖ ଦିନ ଦିଲ୍ଲୀରେ ଅଟା ଡେଲିଭରି ଯାନ (ମୋବାଇଲ୍ ଭ୍ୟାନ୍)କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭାରତ ଅଟା ୧୦ କେଜି ୩୦ କେଜି ପ୍ୟାକରେ ଉପଲବ୍ଧ ହୋଇଛି। ଏହାକୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍), ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍ସିସିଏଫ୍), ସଫାଲ, ମଦର ଡାଏରୀ ଏବଂ ଅନ୍ୟାନ୍ୟ ସମବାୟ ଅନୁଷ୍ଠାନ ମାଧ୍ୟମରେ ବିକ୍ରି କରାଯିବ। ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି।

Leave A Reply

Your email address will not be published.