ତାତିଲେ ବିଜେବି ଛାତ୍ର, ରାସ୍ତା ଅବରୋଧ କଲେ

add-all

Tension_1700724053

ଭୁବନେଶ୍ବର : ଅଶାନ୍ତ ହୋଇ ଉଠିଛି ବିଜେବି କଲେଜ । ତାତିଛନ୍ତି ଛାତ୍ରଛାତ୍ରୀ। ପୁଲିସ୍‌ର ଦବଙ୍ଗଗିରିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଛାତ୍ରଛାତ୍ରୀ। ଫଳରେ ବିଜେବି କଲେଜ ସମ୍ମୁଖରେ ଆଜି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କ ଗର୍ଜନ ଶୁଣିବାକୁ ମିଳିଛି।
ଏହି ଉତ୍ତେଜନାର ମଞ୍ଜି ଗତ ରାତିରୁ ପୋତା ଯାଇଛି। କଲେଜର ପୁରାତନ ଛାତ୍ର ସ୍ମୃତିରଂଜନ ପଣ୍ଡା କ୍ୟାମ୍ପସରେ ଥିବା ବେଳେ ଗତ ରାତି ପ୍ରାୟ ୮ଟାରୁ ୯ଟା ମଧ୍ୟରେ ପୁଲିସ୍‌ ତାଙ୍କୁ ଉଠାଇ ନେଇଛି । ଏହାକୁ ନେଇ ଛାତ୍ରଛାତ୍ରୀ ତାତିଥିବା ବେଳେ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି।
ଆଜି ଛାତ୍ରଛାତ୍ରୀ ଏନେଇ କଲେଜ ଅଧ୍ୟକ୍ଷଙ୍କୁ ଜଣାଇବାରୁ ଏନେଇ ଲିଖିତ ଭାବେ ଜଣାଇବାକୁ ସେ କହିଥିଲେ। ଏହାପରେ ତାତିଥିବା ଛାତ୍ର ଛାତ୍ରୀ ନିଜ ନିଜ କ୍ଲାସ୍‌ ଛାଡ଼ି ବାହାରକୁ ଚାଲି ଆସିଥିଲେ। ଏହାପରେ ସେମାନେ କଲେଜ ଗେଟରେ ତାଲା ପକାଇ ଟାୟାର ଜାଳି ଆନ୍ଦୋଳନ ଜାରି ରଖିଛନ୍ତି ।
ବିଜେବି ଛାତ୍ରଙ୍କ ଏହି ଆନ୍ଦୋଳନ ଯୋଗୁ କଟକ- ଭୁବନେଶ୍ୱର ଜାତୀୟ ରାଜପଥରେ ଚଳାଚଳ ବ୍ୟାହତ ହୋଇଛି। ରାସ୍ତାର ଉଭୟଳ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି।
ଏନେଇ ଜଣେ ଉତ୍ତ୍ୟକ୍ତ ଛାତ୍ର କହିଛନ୍ତି, ଜଣେ ପୁରାତନ ଛାତ୍ର ସ୍ମୃତିରଂଜନ ପଣ୍ଡା ଏଣ୍ଟ୍ରାନ୍ସ ଦେବାକୁ ଆସିଥିବା ବେଳେ ପିଲାମାନଙ୍କଠୁ ହଷ୍ଟେଲ ରୁମ୍ ବିଷୟରେ ବୁଝୁଥିଲେ। ଉକ୍ତ ସମୟରେ ପୁଲିସ୍‌ ତାଙ୍କୁ ଉଠାଇ ନେଇଛି। ତେବେ ପୁଲିସ୍‌ ସ୍ପଷ୍ଟ କରିନି କାହିଁକି ସ୍ମୃତିରଂଜନଙ୍କୁ ଉଠାଇ ନେଇଛି। ଅଣଛାତ୍ରଙ୍କ ବିରୋଧରେ କିଛି ପଦକ୍ଷେପ ନିଆଯାଉନି। ଆମ ବିରୋଧରେ ନିଆଯାଉଛି। ପୁଲିସ୍‌ ସବୁବେଳେ କ୍ୟାମ୍ପସରେ ପଶୁଛି, ଯେପରି ଏଠାରେ ଅସାମାଜିକ ଯୁବକ ରହୁଛନ୍ତି। ଫଳରେ ଆମେ ପାଠପଢ଼ାରେ ଧ୍ୟାନ କେନ୍ଦ୍ରିତ କରି ପାରୁନୁ ।

ad-week
Leave A Reply

Your email address will not be published.