୭୦୦ କର୍ମଚାରୀଙ୍କ ଇସ୍ତଫା ଧମକ ପରେ ଓପନ୍‌ଏଆଇକୁ ଫେରିଲେ ଅଲ୍ଟମ୍ୟାନ୍

sam

ନୂଆଦିଲ୍ଲୀ: ଗତ ପାଞ୍ଚ ଦିନ ଭିତରେ ବିଶ୍ବର ଚର୍ଚ୍ଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସଂସ୍ଥା ଓପନ୍ଏଆଇରେ ବହୁତ କିଛି ଘଟିଯାଇଛି। ପ୍ରଥମେ କଂପାନିର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌କୁ ବୋର୍ଡ ବିଦା କରି ସମସ୍ତଙ୍କୁ ଚକିତ କରିଥିଲା। ଏହାପରେ ଅଲ୍ଟମ୍ୟାନ୍‌ କେଉଁଆଡ଼େ ଯିବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲା। ଓପନ୍‌ଏଆଇରେ ନିବେଶ କରିଥିବା ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ହଠାତ ଅଲ୍ଟମ୍ୟାନ୍‌କୁ ତାଙ୍କ କଂପାନିର ନୂଆ ଏଆଇ ଗବେଷଣା ୟୁନିଟ୍‌ର ସିଇଓ ଭାବେ ନିଯୁକ୍ତ କରିବା ‌ଘୋଷଣା କଲେ। ସେହି ଘୋଷଣାର ଅଳ୍ପ ସମୟ ପରେ ଓପନ୍‌ଏଆଇରେ ବିଦ୍ରୋହ ଦେଖାଦେଇଥିଲା। ଅଲ୍ଟମ୍ୟାନ୍ ନଫେରିଲେ ଆମେ ଇସ୍ତଫା ଦେବୁ ବୋଲି ବୋର୍ଡକୁ ଓପନ୍‌ଏଆଇର ୭୦୦ କର୍ମଚାରୀ ଧମକ ଦେଇଥିଲେ। ଆଜି ଓପନ୍‌ଏଆଇର ସିଇଓ ଭାବେ ଅଲ୍ଟମ୍ୟାନ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ad-week
Leave A Reply

Your email address will not be published.