ଷ୍ଟଡି ଟୁରରେ ଆସି ଭାସିଗଲେ ଛାତ୍ର…

add-all

JODA-2

ଯୋଡ଼ା: ଜଳପ୍ରପାତରେ ଗଧୋଇବା ହେଲା କାଳ । ଷ୍ଟଡି ଟୁରରେ ଆସି ଜଳପ୍ରପାତରେ ଭାସିଗଲେ ଛାତ୍ର । ଆସାବଧାନତାରୁ ଭାସିଯାଇ ଜଣେ ଛାତ୍ର ନିଖୋଜ । ଅନ୍ୟ ୨ଜଣ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । କଲିକତାରୁ ଯୋଡ଼ା ଅଞ୍ଚଳକୁ ଆସିଥିବା ବେଳେ ବଲାଣି ଥାନା କୁଣ୍ଡୁଲୁ ଜଳପ୍ରପାତ ଏହି ଅଘଟଣ ଘଟିଛି ।

ଅସାବଧାନତାରୁ ଜଳ ପ୍ରପାତରେ ଭାସି ଯାଇ ଜଣେ ଛାତ୍ର ନିଖୋଜ ଥିବା ବେଳେ ଅନ୍ୟ ୨ ଛାତ୍ର ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । କଲିକତା ଅଞ୍ଚଳ ର ଆଶୁତୋଷ ଘରୋଇ କଲେଜ ରୁ ଛାତ୍ର ମାନେ ଷ୍ଟଡି ଟୁରରେ ଯୋଡ଼ା ଅଞ୍ଚଳକୁ ଆସିଥିବା ବେଳେ ବଲାଣି ଥାନା କୁଣ୍ଡୁଲୁ ଜଳପ୍ରପାତ କୁ ବୁଲିବାକୁ ଯାଇ ସେଠାରେ ଗାଧୋଇଥିଲେ। ତାରାଶଙ୍କର ସରକାର ନାମକ ଛାତ୍ର ଜଳପ୍ରପାତରେ ନିଖୋଜ ହୋଇ ଯାଇଥିବା ବେଳେ ଅନ୍ୟ ୨ ଛାତ୍ରଙ୍କୁ ଉଦ୍ଧାର କରାଯାଇ ବଡ଼ବିଲ ମେଡିକାଲରେ ଚିକିତ୍ସା କରାଯାଉଛି।

ad-week
Leave A Reply

Your email address will not be published.