ଲଜରୁ ମହିଳାଙ୍କ ମୃତଦେହ ଉଦ୍ଧାର…

add-all

ବ୍ରହ୍ମପୁର : ଲଜରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ମୃତ ମହିଳା କେରଳର ଅବଦୁଲ ପରିପାଲିପ । ତାଙ୍କ ବୟସ ୪୦ରୁ ୪୫ ମଧ୍ୟରେ ହେବ। ବ୍ରହ୍ମପୁର ଗୋଇଲୁଣ୍ଡି-କୋର୍ଟପେଟା ରାସ୍ତାରେ ଥିବା ଏକ ଲଜରୁ ମୃତଦେହ ଉଦ୍ଧାର କରିଛି ପୋଲିସ।

ସୂଚନା ଅନୁସାରେ ଗତ ୧୯ ତାରିଖରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହ ବ୍ରହ୍ମପୁର ଆସି ଏହି ଲଜରେ ରହୁଥିଲେ। ସେମାନେ ମେଡିକାଲ କାମରେ ଆସିଥିବା ଲଜ୍ କର୍ମଚାରୀଙ୍କୁ କହିଥିଲେ। ଗତକାଲି ସକାଳେ ଲଜ କର୍ମଚାରୀ ସଫେଇ ପାଇଁ କବାଟ ବାଡେଇବାରୁ କେହି ଶୁଣିନଥିଲେ। ଏନେଇ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା। ପୋଲିସ ରୁମ କବାଟ ଖୋଲି ଭିତରକୁ ପସିବା ପରେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ୨ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ମହିଳାଙ୍କ ସ୍ବାମୀଙ୍କ ପତ୍ତା ମିଳୁନି। କେମିତି ତାଙ୍କର ମୃତ୍ୟୁ ହେଲା କାରଣ ଜଣାପଡିନି। ମହିଳାଙ୍କ ମୃତ୍ୟୁ ପଛରେ ସ୍ବାମୀଙ୍କ ହାତ ଅଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.