ମଣ୍ଡିରେ ସମସ୍ୟା ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ସମବାୟ ମନ୍ତ୍ରୀ…

add-all

paddy

ଭୁବନେଶ୍ବର: ଧାନ ମଣ୍ଡି ଅଵ୍ୟଵସ୍ଥା ନେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଗତ ବର୍ଷ କୌଣସି ମଣ୍ଡିରେ କିଛି ଅବ୍ୟବସ୍ଥା ନଥିଲା। ଗତ ୨୧ ତାରିଖରୁ ମଣ୍ଡିରେ ଧାନକିଣା ଆରମ୍ଭ ହୋଇଛି। ଧାନ ବିକ୍ରି ପରେ ୪୮ ଘଣ୍ଟା ଭିତରେ ଚାଷୀ କିଭଳି ଟଙ୍କା ପାଇବେ ସେ ବ୍ୟବସ୍ଥା କରାହେଇଛି। ଏପର୍ଯ୍ୟନ୍ତ ଅବ୍ୟବସ୍ଥା ଅଭିଯୋଗ ଆସିନି। ସେଣ୍ଟ୍ରାଲ ସ୍କ୍ବାଡ୍ ମଣ୍ଡି ବୁଲି ଯାଞ୍ଚ କରିବେ। ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଅବ୍ୟବସ୍ଥା ଅଭିଯୋଗ ଆସିଲେ ସ୍କ୍ବାଡ୍ ତଦନ୍ତ କରିବ। ମଣ୍ଡି ଓ ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ଲାଗିଛି। ଚାଷୀଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା ହୋଇଛି। ମିଲରମାନଙ୍କୁ ତାଗିଦ କରାଯାଇଛି ଯେ ବିଭାଗୀୟ ଅଧିକାରୀ ମଣ୍ଡିରେ ସମସ୍ୟା ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ad-week
Leave A Reply

Your email address will not be published.