ବାଲିଯାତ୍ରା ପାଇଁ ସଚେତନତା: ଛୋଟ ପିଲାଙ୍କ ପକେଟରେ ରଖନ୍ତୁ ଫୋନ ନମ୍ବର…

add-all

କଟକ : ଛୋଟ ପିଲାଙ୍କ ପକେଟରେ ରଖନ୍ତୁ ଫୋନ ନମ୍ବର। ପିଲା ହଜିଗଲେ ଖୋଜିବାରେ ସହାୟକ ହେବ ଯୋଗାଯୋଗ ନମ୍ବର। ବାଲିଯାତ୍ରା ବୁଲିବାକୁ ଯୋଜନା କରିଥିବା ଅଭିଭାଵକମାନଙ୍କ ଉଦେଶ୍ୟରେ ଏଭଳି ଅପିଲ କରିଛନ୍ତି କଟକ ଡିସିପି। ଅତ୍ୟଧିକ ଭିଡ଼ ଥିଲେ ଅତି ଛୋଟ ପିଲାମାନଙ୍କୁ ସାଙ୍ଗରେ ନ ଆଣିବାକୁ ଅପିଲ କଲେ ଡିସିପି ପିନାକ ମିଶ୍ର। ବୟସ୍କମାନେ ଭିଡ଼ ପୂର୍ବରୁ ଆସି ବାଲିଯାତ୍ରା ବୁଲନ୍ତୁ ବୋଲି କହିଲେ ଡିସିପି।

ବାଲିଯାତ୍ରାରେ ସୁରକ୍ଷା ପାଇଁ ମୋଟ ୫୫ରୁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ସହରାଞ୍ଚଳ ପୋଲିସ ସହ ଜିଲ୍ଲା ପୋଲିସ ମଧ୍ୟ ବାଲିଯାତ୍ରା ଦାୟିତ୍ୱରେ ରହିବେ। ଉଭୟ ଉପର ଏବଂ ତଳ ପଡ଼ିଆରେ ୨୬ ଟି ଏଡ଼ ପୋଷ୍ଟ କରାଯିବ। ୪ ରୁ ଅଧିକ ଉଚ୍ଚ ଟାୱାର ବ୍ୟବସ୍ଥା କରାଯାଉଛି। କଟକ ମହାନଗର ନିଗମ ଦ୍ୱାରା ଚିହ୍ନଟ କରାଯାଇଥିବା ପାର୍କିଙ୍ଗ ସ୍ଥାନଗୁଡିକରେ ଗାଡ଼ି ରଖିବାକୁ କହିଲେ ଡିସିପି। ଆସନ୍ତା ୨୭ ତାରିଖରୁ ଅପରାହ୍ନ ୩ ଟା ପର ଠାରୁ ବାଲିଯାତ୍ରା ପଡ଼ିଆ ଆଖପାଖ ଅଞ୍ଚଳରେ ଜାରି ହେବ ଟ୍ରାଫିକ କଟକଣା। ଟ୍ରାଫିକ ପରିଚାଳନା ଓ କଟକଣା ନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଗ୍ରାଫିକ୍ସ ରିଲିଜ କରାଯିବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.