ମହାପ୍ରଭୁଙ୍କ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା…

add-all

bis

ଭୁବନେଶ୍ବର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୁରୀରେ ପହଞ୍ଚିଛନ୍ତି। ସେ ଆଜି ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ପୁରୀ ଗସ୍ତ ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ବିଶ୍ବ ଶର୍ମା ସିଂହଦ୍ଵାରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହା ପରେ ଶ୍ରୀ ବିଶ୍ବ ଶର୍ମା ସପରିବାର ସହିତ ମନ୍ଦରି ଭିତରକୁ ପ୍ରବେଶ କରିଥିଲେ। ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆଶୀର୍ବାଦ ନେଇଥିଲେ।

ଏହି ଅବସରରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଖଣ୍ଡୁଆ ଦେଇ ଶ୍ରୀ ବିଶ୍ବ ଶର୍ମାଙ୍କୁ ସ୍ୱାଗତ କରିଥିଲେ। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ସହିତ ଅନ୍ୟ ବିଜେପି କର୍ମୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.