ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ : ଆସନ୍ତାକାଲି ହେବ ଲେଜର ସ୍କାନିଂ…

add-all

puri-1

ପୁରୀ : କାଲି ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଲେଜର ସ୍କାନିଂ । ଲେଜର ସ୍କାନିଂ ପାଇଁ ASIକୁ ଅନୁମତି ପ୍ରଦାନ କରାଯାଇଛି । ସ୍କାନିଂ କରି ରିପୋର୍ଟ ଦେବା ପରେ ବୈଷୟିକ କମିଟି ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କହିଛନ୍ତି l ଅତ୍ୟାଧୁନିକ ମେସିନ୍ ଆସିଥିବାରୁ ମୁଖ୍ୟ ମନ୍ଦିର ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବl ପାଈଁ ASIକୁ ପରାମର୍ଶ ଦିଆଯାଇଛି । ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ନାଟ ମଣ୍ଡପ ମରାମତି ପାଇଁ ଏବେ ଭାରା ବନ୍ଧା ସରିଥିବା ବେଳେ ଖୁବଶୀଘ୍ର ଏହାର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି।

ତେବେ ପ୍ରଥମେ ରତ୍ନଭଣ୍ଡାର ବାହାର ପଟ କାନ୍ଥର ଲେଜର ସ୍କାନିଂ କରାଯିବ। କେଉଁ ସ୍ଥାନରେ ଫାଟ ରହିଛି ଏବଂ କ’ଣ ସବୁ ସମସ୍ୟା ରହିଛି ତାହା ସ୍କାନିଂ ପରେ ହିଁ ଜଣାପଡ଼ିବ। ଲେଜର ସ୍କାନିଂ ପାଇଁ ଏଏସାଆଇକୁ ଯାହା କିଛି ସହଯୋଗ ଆବଶ୍ୟକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାହା ଯୋଗାଇ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ad-week
Leave A Reply

Your email address will not be published.