ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ…

add-all

erW

ପୁରୀ: ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ ହୋଇଛି। ଏକ ୧୫ ଜଣିଆ ଟିମ୍‌କୁ ନେଇ ଲେଜର ସ୍କାନିଂ ଆରମ୍ଭ ହୋଇଥିବାର ଖବର ମିଳିଛି। ଏଥିରେ ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍‌ ସାମିଲ, ଏଏସଆଇ କୋର୍‌ କମିଟି ସଦସ୍ୟ ଓ ଶ୍ରୀମନ୍ଦିର ବୈଷୟିକ ଟିମ୍‌ ସାମିଲ ଅଛନ୍ତି।

ସୂଚନା ଅନୁଯାୟୀ ପ୍ରଥମେ ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ହେବ। ଆବଶ୍ୟକ ପଡ଼ିଲେ, ରତ୍ନଭଣ୍ଡାର ଭିତରପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ହେବ। ଏଥିସହ ଶ୍ରୀମନ୍ଦିର ପାର୍ଶ୍ବ ଦେବବେଦୀ ମନ୍ଦିର କାନ୍ଥର ବି ଲେଜର୍‌ ସ୍କାନିଂ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଏହି କାମ ପାଇଁ ଅନୁମତି ପ୍ରଦାନ କରିଛି। ଏଥିପାଇଁ ଏକ ବୈଷୟିକ କମିଟି ବି ଗଠନ କରାଯାଇଛି। ଏହି କମିଟି ରତ୍ନଭଣ୍ଡାର ଲେଜର୍‌ ସ୍କାନିଂର ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରିବ। ତେବେ କେତେଦିନ ଏହି ଲେଜର୍‌ ସ୍କାନିଂ ପ୍ରକ୍ରିୟା ଚାଲିବ, ତାହା ଜଣାପଡ଼ିନ‌ାହିଁ।

ଏଣେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ସର୍କଲ୍‌ ଅଧୀକ୍ଷକ ଡି ବି ଗଡ଼ନାୟକ କହିଛନ୍ତି, ଆଜି କେବଳ ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ରତ୍ନଭଣ୍ଡାର ବାହାର କାନ୍ଥର ଫାଟ ଟିକିନିଖି କରି ଅନୁଧ୍ୟାନ ହେବ। ଲେଜର ସ୍କାନିଂର ଉଚ୍ଚକ୍ଷମତା ସଂପନ୍ନ କ୍ୟାମେରା ଜରିଆରେ ଅତିକ୍ଷୁଦ୍ର ଫାଟର ବି ଅନୁଧ୍ୟାନ ଓ ଫଟୋ ଉଠିବ। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରର ଅନ୍ୟ ଦେବାଦେବୀ ମନ୍ଦିରର ଲେଜର ସ୍କାନିଂ କରାଯିବ। ତଥାପି ଆମକୁ ପ୍ରାୟ ୪ ଘଣ୍ଟା ଅନୁଧ୍ୟାନ କରିବାକୁ ଲାଗିବ। ବାକି ଗହଳି ଉପରେ ନିର୍ଭର କରୁଛି, କେଉଁ ସମୟରେ ଆମେ ଲେଜର ସ୍କାନିଂ କରିବୁ। ଆମର ଟିମ୍‌ ଶ୍ରୀମନ୍ଦିରଠାରେ ପହଞ୍ଚି ସ୍ଥିତି ପରଖିବା ପରେ ଲେଜର ସ୍କାନିଂ ଆରମ୍ଭ ହୋଇଛି ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି।

ad-week
Leave A Reply

Your email address will not be published.