ଛାଡଖାଇରେ ଆମିଷ ବଜାରରେ ପ୍ରବଳ ଭିଡ…

add-all

n

ଭୁବନେଶ୍ବର : ସରିଲା ଧର୍ମ ମାସ କାର୍ତ୍ତିକ  । ଆଜି ହେଉଛି ଛାଡଖାଇ  । ମାସ ତମାମ ନିଷ୍ଠା ସହକାରେ ଆମିଷ ନ ଖାଇ ଲୋକ କାର୍ତ୍ତିକ ମାସ ପାଳୁଥିଲେ  । ଆଉ ଅପେକ୍ଷା ଥିଲା  ଆଜିର ଦିନକୁ  । ଆଜି ମଙ୍ଗଳବାର ଥିବାରୁ ବେପାର ଟିକିଏ ମାନ୍ଦା ପଡୁଥିବାର ଆଶା କରାଯାଉଛି । ତଥାପି ଆଜି ସବୁ ଆମିଷ ବଜାରରେ ଲୋକଙ୍କର ଖଚାଖଚ ଭିଡ ପରିଲକ୍ଷିତ ହେଉଛି । ମଙ୍ଗଳାବାର ଯେଉଁମାନେ ଆମିଷ ଖାଆନ୍ତି ନାହିଁ , ସେମାନେ ଆସନ୍ତାକାଲି ପାଇଁ ବରାଦ କରି ସାରିଲେଣି ।

ଲୋକଙ୍କ ଡିମାଣ୍ଡକୁ ଦେଖି ବ୍ୟବସାୟୀ ବି ପୁରା ପ୍ରସ୍ତୁତ । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ଚିକେନ୍‌, ମାଛ, ଚିଙ୍ଗୁଡ଼ି ଆଦି ପର୍ଯ୍ୟାପ୍ତ ପରିମାଣର ରଖାଯିବ। ଛାଡ଼ଖାଇ ପାଇଁ ମଟନ୍‌ ଦର କିଲୋ ପିଛା ୭୫୦ରୁ ୮୦୦ ଟଙ୍କା ଥିବାବେଳେ ଚିକେନ୍‌ କିଲୋ ୨୨୦ଟଙ୍କା, ଦେଶୀ କୁକୁଡ଼ା ୪୦୦ ଟଙ୍କା ରହିବ। ସେହିପରି ଭାକୁର ମାଛର ଦର ୨୦୦ରୁ ୨୨୦ଟଙ୍କା, ଜଳଙ୍ଗ ୧୭୦ରୁ ୧୯୦ ଟଙ୍କା, ଚିଙ୍ଗୁଡି ୪୦୦ ଟଙ୍କା, ଛୋଟ ଚିଙ୍ଗୁଡି ୨୦୦ରୁ ୩୦୦ ଟଙ୍କାରେ ବିକ୍ରି ହେବ ।

ad-week
Leave A Reply

Your email address will not be published.