ଶକ୍ତିମନ୍ତ୍ରୀଙ୍କ କଟକ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର ବିଦ୍ୟୁତ ସରବରାହ ବ୍ୟବସ୍ଥାର ସମୀକ୍ଷା

pratap-dev

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ କଟକ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ୍‌ରେ ବିଦ୍ୟୁତ ସରବରାହ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷାରୁ ପ୍ରକାଶ ଯେ ଦୁଇଟି ଯାକ ମ୍ୟୁନିସିପାଲ କର୍ପୋରେସନରେ ବିଦ୍ୟୁତ ଯୋଗାଣ, ନୂତନ ଟ୍ରାନ୍ସଫର୍‌ମର ସ୍ଥାପନ, ଗ୍ରାହକଙ୍କୁ ଉନ୍ନତ ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ବିଦ୍ୟୁତ୍‌ ଟାରିଫ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, କଟକ ମେୟର ସୁବାସ ସିଂହ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ କମିଶନର ଜେ. ସୋନାଲ, ଟିପିସିଓଡିଏଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅରବିନ୍ଦ ସିଂହ, ଟିପିଏସ୍‌ଓଡିଏଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତ ଗର୍ଗ, ମାନବ ସମ୍ବଳ ମ୍ୟାନେଜର ପ୍ରମୁଖ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଓ ସମାଧାନ ଦିଗରେ ସହଯୋଗ ଲୋଡ଼ିଥିଲେ।

ad-week
Leave A Reply

Your email address will not be published.