ଯୁକ୍ତ୨ ଛାତ୍ରୀଛାତ୍ରଙ୍କୁ ମିଳିବ ଏନ୍‌ଇଇଟି, ଜେଇଇ କୋଚିଂ

add-all

college students

ଭୁବନେଶ୍ୱର : ରାଜ୍ୟର ସମସ୍ତ ଯୁକ୍ତ୨ ଛାତ୍ରୀଛାତ୍ରଙ୍କୁ ନିଜ ସ୍କୁଲ୍‌ରେ ଏନ୍‌ଇଇଟି ଏବଂ ଜେଇଇ କୋଚିଂ ମିଳିବ। ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି।

ଅନ୍‌ଲାଇନ୍‌ ବା ଭର୍ଚୁଆଲରେ କୋଚିଂ ପାଇଁ ଯୋଜନା ହୋଇଛି। ତେଣୁ ସ୍ମାର୍ଟ ଟିଭି ସହ ତୁରନ୍ତ ସମସ୍ତ ବନ୍ଦୋବସ୍ତ କରିବା ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ଅଧିକାଂଶ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ରେ ସ୍ମାର୍ଟ କ୍ଲାସ୍‌ର ବିକାଶ ପାଇଁ ଯୋଜନା ଓ କାର୍ଯ୍ୟାନ୍ବୟନ ବିଭାଗ ପକ୍ଷରୁ ସହାୟତା ପାଇସାରିଛନ୍ତି। ଯେଉଁ ସ୍କୁଲ୍‌ ଏହି ସହାୟତା ପାଇନାହାନ୍ତି ସେମାନେ ସାମ୍‌ସ ଆକାଉଣ୍ଟ କିମ୍ବା ସ୍କୁଲ୍‌ର ବିକାଶ ପାଇଁ ଦିଆଯାଇଥିବା ପାଣ୍ଠିରୁ ଏଥିଲାଗି ଅର୍ଥ ବିନିଯୋଗ କରାଯାଇପାରିବେ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.