ବାପାର ଶେଷକୃତ୍ୟ ପାଇଁ ପ୍ରସ୍ତୁତ କରିବା ବେଳେ ପୁଅ ପାଲଟିଗଲା ଶବ…

add-all

ଜୟପୁର: ଗୋଟିଏ ଜୁଇରେ ବାପା-ପୁଅଙ୍କ ଶବ ସତ୍କାର। ବାପାଙ୍କ ଶବ ସତ୍କାର ପାଇଁ ପ୍ରସ୍ତୁତ କରିବା ବେଳେ ଶବ ପାଲଟିଗଲା ପୁଅ। ଏହି ହୃଦୟ ବିଦାରକ ଘଟଣା କୋରାପୁଟ କାମତା ଅଞ୍ଚଳରେ ଦେଖିବାକୁ ମିଳିଛି। ଗତ ରାତିରେ ଲକ୍ଷଣ ମଣ୍ଡଳଙ୍କର କୋରାପୁଟରେ ମୃତ୍ୟୁ ହୋଇଥିଲା। ନିଜ ଗାଁ କାମତାକୁ ଶବ ସତ୍କାର ପାଇଁ ଆଣିଥିଲେ ପରିବାର ଲୋକେ।

ଆଜି ସକାଳୁ ସକାଳୁ ଶବ ସତ୍କାର ପାଇଁ ପ୍ରସ୍ତୁତ କରୁଥିବା ବେଳେ ତାଙ୍କ ପୁଅ ବେଣୁଧର ମଣ୍ଡଳଙ୍କ ମୁଣ୍ଡ ଉପରେ ଏକ ଗଛର ଡାଳ ପଡି ଯାଇଥିଲା । ଗଭୀର ଆଘାତ ଲାଗିବା ଫଳରେ ସଙ୍ଗେ ସଙ୍ଗେ ପରିବାର ଲୋକେ ବୋରିଗୁମ୍ମା ମେଡିକାଲକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ଗୋଟିଏ ଜୁଇରେ ବାପା ପୁଅକୁ ଶବ ସତ୍କାର ହେବା ଘଟଣା ସତରେ ହୃଦୟ ବିଦାରୋକ।

ad-week
Leave A Reply

Your email address will not be published.