ଆୟକର ଫାଙ୍କି ଅଭିଯୋଗରେ ଚଢାଉ: ୧୪ଟି ସ୍ଥାନରେ IT ରେଡ୍…

add-all

ବୌଦ୍ଧ: ଆୟକର ଫାଙ୍କି ଅଭିଯୋଗରେ ଚଢାଉ। ୧୪ଟି ସ୍ଥାନରେ ଚାଲିଛି ବଡ଼ ଧରଣର IT ରେଡ୍। ବୌଦ୍ଧ ରାମ୍ଭିକଟା ଗାଁ ନିକଟରେ ଥିବା ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ଉପରେ ଚଢ଼ାଉ କରାଯାଇଛି। ଆୟକର ଫାଙ୍କି ଅଭିଯୋଗ ରେ ଭୋର ପ୍ରାୟ ୪ଘଣ୍ଟା ସମୟରୁ ଚଢାଉ ଜାରି ରହିଛି ।

ଚଢାଉରେ ୧୨ ଟି ଟିମ୍ ଓ ୪ ଜଣ CISF ଯବାନ ସାମିଲ ଥିବା ସୂଚନା ମିଳିଛି । ସେହିପରି ପୁରୁଣା କଟକର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ ମିଲ, ବାସଭବନ ଓ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ କରିଥିବା ନେଇ ସୂଚନା ମିଳିଛି । ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ରାୟଗଡ଼ା ସମେତ ୧୪ଟି ସ୍ଥାନରେ ରେଡ୍ କରାଯାଉଛି ।

ad-week
Leave A Reply

Your email address will not be published.