ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ, ଖୋଲାଯିବ ‘ହାତୀ ପାଠଶାଳା’…

add-all

ele

ଭୁବନେଶ୍ୱର: ଦିନକୁ ଦିନ ହାତୀ ମଣିଷ ଲଢେଇ ତୀବ୍ରତର ହେଉଛି । ଏହି ଲଢେଇରେ ବହୁ ମଣିଷଙ୍କ ଜୀବନ ସହ ବିଲବାଡ଼ି ସମ୍ପତ୍ତି ନଷ୍ଟ ହେଉଛି । ମଣିଷ ପ୍ରତିଶୋଧ ପରାୟଣ ହୋଇ ବହୁ ସମୟରେ ହାତୀକୁ ଆକ୍ରମଣ କରୁଛି । ଏଭଳି ସବୁ ଘଟଣା ଜଙ୍ଗଲ ନଷ୍ଟ ଓ ସଚେତନତା ଅଭାବରୁ ହେଉଥିବା ପରିବେଶବିତ ମତପୋଷଣ କରିଛନ୍ତି । ହାତୀ ଆକ୍ରମଣରେ ପ୍ରାଣହାନି ହେଲେ ମିଳିବ ଅନୁକମ୍ପା ରାଶି । ଏ ନେଇ ଅନୁକମ୍ପା ୱେବସାଇଟ୍ ଅଛି । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ ।

ଏଥିରେ ଅନଲାଇନରେ ଆବେଦନ କଲେ ମିଳିବ ଅନୁକମ୍ପା ରାଶି । ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ । ସେହିପରି ଫସଲ ନଷ୍ଟ ହେଲେ ଏକର ପିଛା ୨୦ ହଜାର ଟଙ୍କା ଓ ବଦଳ ଓ ଗାଈ ମରିଲେ ମଧ୍ୟ ଅନୁକମ୍ପା ରାଶି ବଢ଼ାଯାଇଛି । ଏଣେ ଓଡ଼ିଶାରେ ହାତୀଙ୍କ ପାଠଶାଳା ଖୋଲିବ ବୋଲି ପିସିସିଏଫ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି। ସେ କହିଛନ୍ତି, ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟ ସହ କଥା ଚାଲିଛି। କୁମକି ହାତୀଙ୍କ ପରି ଟ୍ରେନିଂ ପାଇଥିବା ହାତୀ ଯେଉଁଥିରେ ତାଙ୍କର ମାହୁନ୍ତ ସେମାନଙ୍କୁ ଟ୍ରେନିଂ ଦେଇଥାଏ । ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ହାତୀକୁ ଆୟତ୍ତ କରାଯାଇ ପାରିବ ।

ଏ ରାଶିକୁ ବଢ଼ାଯିବାର କାରଣ ହେଲା ଲୋକମାନେ ବନ୍ୟ ଜନ୍ତୁଙ୍କ ପ୍ରତି ଆକ୍ରୋଶ ମନୋଭାବ ରଖିବେ ନାହିଁ। ହାତୀ ମଣିଷ ଲଢ଼େଇରେ ବର୍ଷକୁ ପ୍ରାୟ ୬୦ ଜଣଙ୍କ ଜୀବନ ଯାଉଛି। ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକତା ରହିଛି। ଯେଉଁଠାରେ ହାତୀ ରହୁଛନ୍ତି ସେ ଜାଗାକୁ ନ ଗଲେ ୫୦ ପ୍ରତିଶତ ହାତୀ ମଣିଷ ଲଢ଼େଇ କମିଯିବ। ଲୋକମାନେ ଏହାକୁ ଖାତିର କରୁ ନାହାନ୍ତି । ଯାହା ଫଳରେ ଅନେକଙ୍କ ଜୀବନ ଯାଇଛି।

ad-week
Leave A Reply

Your email address will not be published.