ପିସିସି ପକ୍ଷରୁ ଡ. ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ…

add-all

image-3-2

ଭୁବନେଶ୍ୱର: ଆଜି ଭାରତୀୟ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବିଆର ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ । ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ଏଜି ଛକ ସ୍ଥିତ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ଠାରେ ପିସିସି ପକ୍ଷରୁ ନେତୃବୃନ୍ଦ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସସ୍ମିତା ବେହେରା, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ବାଙ୍କନିଧି ବେହେରା, ଜିଆଉଲ ହକ, ତରୁଣ ମିଶ୍ର, ପ୍ରକାଶ ମିଶ୍ର, ମାନସ ମଲ୍ଲିକ, ପ୍ରଭାତ ପ୍ରତାପ ସିଂ, ରାଜ କିଶୋର ବାରିକ, ନରୋତମ ନାୟକ, ହଳଧର ସେଠୀ, ସିଦ୍ଧାର୍ଥ ରାଉତରାୟ, ନିରଞ୍ଜନ ନାୟକ, ତାପସ ସେଠୀ, ମନୋରଞ୍ଜନ ରାଉତରାୟ, ଆଲୋକ ଲେଙ୍କା, ସଂଜୟ ମିଶ୍ର, ଜ୍ୟୋତିଷ ସାହୁ, ଦେବେନ୍ଦ୍ର ପ୍ରସାଦ ଦାସ, ଜୟକୃଷ୍ଣ ସୁବୁଦ୍ଧି, ସଂକୁନା କହଁର, ଜାନକୀ ମଲ୍ଲିକ, ନଳିନୀ ବେହେରା, ସେକ ମସୁଦ ଅଲ୍ଲୀ, ଆଲୋକ ମହାନ୍ତି, ସୁଧାଂଶୁ ମହାନ୍ତି, ଅନିମା ମିଞ୍ଜ, ଖଗେଶ୍ୱର ମଲ୍ଲିକ, ପବିତ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.