ଉପକାରାଗାରରେ ଜୀବନ ହାରିଲେ ବିଚାରାଧୀନ କଏଦୀ…

add-all

244e0a7f-53d7-46c5-81bc-35378f2832bd-750x430

ଯାଜପୁର: ଯାଜପୁର ଜିଲ୍ଲା ରଗଡ଼ି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ନୂତନ ନିର୍ମାଣାଧୀନ କୋଠାରେ ବେକରେ ଫାଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ମୃତ କଏଦୀଙ୍କ ନାମ ବଳରାମ ବେହେରା।

ସୂଚନା ମୁତାବକ, ଆଜି ଦିନ ୧୧ଟା ସମୟରେ ଜେଲ ଭିତରେ ମେଡିକାଲ ପାଇଁ ନିର୍ମାଣାଧୀନ ଗୃହ ମଧ୍ୟରେ କଏଦୀ ଜଣକ ନିଜ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସୁରକ୍ଷା କର୍ମୀଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୋରେଇ ଓ ଯାଜପୁର ରୋଡ ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.