ଅପରିବର୍ତ୍ତିତ ରହିଲା ରେପୋ ରେଟ୍…

IMAGE_1702011342

ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଏଥର ବି ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ RBI। କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ରେଟ୍ ସ୍ଥିର ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ପ୍ରକାଶ ଥାଉ କି, ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ କରିଥିଲା ଆରବିଆଇ। ଏହା ପରଠାରୁ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଫେବ୍ରୁଆରୀରେ ରେପୋ ରେଟ୍ 6.5 ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ସେହି ଦିନଠାରୁ ରେପୋ ରେଟ୍ ସ୍ଥିର ରହିଆସିଛି।

ରେପୋ ହାରରେ କୌଣସି ପରିବର୍ତ୍ତନ ନହେବା କାରଣରୁ ଘର ଏବଂ କାର ଲୋନ୍ ସମେତ ସମସ୍ତ ପ୍ରକାରର ଲୋନର EMI ହ୍ରାସ ପାଇଁ ଅପେକ୍ଷା କରିଥିବା ଲୋକେ ନିରାଶ ହୋଇଛନ୍ତି। ପରବର୍ତ୍ତୀ ଲୋନର EMI ହ୍ରାସ ପାଇଁ ସେମାନଙ୍କୁ ଫେବୃଆରୀ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

ad-week
Leave A Reply

Your email address will not be published.