ପ୍ରତିବାଦ ସଭା ପୂର୍ବରୁ ଭଦ୍ରକ ମଦିନା ମୈଦାନରେ ୧୪୪ ଧାରା ଜାରି…

add-all

ଭଦ୍ରକ: ପ୍ରତିବାଦ ସଭା ପୂର୍ବରୁ ୧୪୪ ଧାରା ଜାରି। ଭଦ୍ରକ ପୁରୁଣା ବଜାର ଥାନାର ମଦିନା ମୈଦାନ ନିକଟରେ ଜାରି ହୋଇଛି ୧୪୪ ଧାରା। ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଛନ୍ତି ଭଦ୍ରକ ଉପଜିଲ୍ଲାପାଳ। ଆଜି ସକାଳ ୧୧ଟା ଠାରୁ ଆସନ୍ତା କାଲି ସକାଳ ୬ଟା ପର୍ଯ୍ୟନ୍ତ ମଦିନା ମୈଦାନର ୨ଶହ ମିଟର ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ।

ଆଜି ସଂଧ୍ୟା ୫ଟାରୁ ସ୍ଥାନୀୟ କିଛି ଯୁବକ ପ୍ରତିବାଦ ସଭା କରିବାକୁ ଯାଉଥିବା ନେଇ ପୁରୁଣା ବଜାର ଥାନାକୁ ଜଣାଇଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ad-week
Leave A Reply

Your email address will not be published.