ତୁରନ୍ତ ଜମ୍ମୁ କଶ୍ମୀରକୁ ରାଜ୍ୟ ପାହ୍ୟ ଦିଅ: ସୁପ୍ରିମକୋର୍ଟ…

add-all

IMAGE_1702278839

ଜମ୍ମୁ କଶ୍ମୀରକୁ ତୁରନ୍ତ ରାଜ୍ୟ ମାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଧାରା ୩୭୦ ଉଚ୍ଛେଦ ଉପରେ ଐତିହାସିକ ରାୟ ପ୍ରକାଶ କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ଜାମ୍ମୁ କାଶ୍ମୀରରେ ନିର୍ବାଚନ କରାଇବାକୁ ମଧ୍ୟ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜାମ୍ମୁକାଶ୍ମୀରର ବିଭାଜନ ସମେତ ଲାଦାଖକୁ ଏକ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପୁନର୍ଗଠନ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବିଧି ସମ୍ମତ ବୋଲି ଘୋଷଣା କରି କହିଛନ୍ତି ଯେ ଏ ନେଇ ସଂସଦ ଗ୍ରହଣ କରିଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିପାରିବେ ନାହିଁ।

କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହି ମାମଲା ଉପରେ ରାୟ ପ୍ରକାଶ କରି ଜମ୍ମୁ କଶ୍ମୀରକୁ ରାଜ୍ୟ ପାହ୍ୟା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି।

ଖଣ୍ଡପୀଠ ରାୟ ପ୍ରକାଶ କରି କହିଛନ୍ତି, ଜମ୍ମୁ କଶ୍ମୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ। ଏହାର କୌଣସି ସାର୍ବଭୌମତ୍ୱ ନାହିଁ। ଯେଉଁ ଦିନ ଜାମ୍ମୁ କାଶ୍ମୀର ଭାରତରେ ସାମିଲ ହେଲା ସେହିଦିନଠାରୁ ଏହାର ସାର୍ବଭୌମତ୍ୱ ଶେଷ ହେଲା। ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। କେନ୍ଦ୍ର ସରକାରଙ୍କ ଧାରା ଉଚ୍ଛେଦ ନିଷ୍ପତ୍ତି ସମ୍ପୂର୍ଣ୍ଣ ବୈଧ। ଭାରତୀୟ ସମ୍ବିଧାନର ପ୍ରତ୍ୟେକ ଧାରା ଜାମ୍ମୁ କାଶ୍ମୀର ପ୍ରତି ପ୍ରଯୁଜ୍ୟ ହୋଇପାରିବ। ତେବେ ଜମ୍ମୁ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ନୁହେଁ, ଏହାକୁ ତୁରନ୍ତ ରାଜ୍ୟ ମାନ୍ୟତା ଦେବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ସେଠାରେ ନିର୍ବାଚନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଜମ୍ମୁ କାଶ୍ମୀରରେ ମଧ୍ୟ ଅନ୍ୟ ରାଜ୍ୟ ଭଳି ସମାନ ଆଇନ ବ୍ୟବସ୍ଥା ଲାଗୁ ହେବ ଏବଂ ଜମ୍ମୁ କଶ୍ମୀର ଆଉ କେନ୍ଦ୍ରଶାସିତ ଅଞ୍ଚଳ ନହୋଇ ଭାରତର ଏକ ରାଜ୍ୟ ଭାବେ ପରିଗଣିତ ହେବ।

ad-week
Leave A Reply

Your email address will not be published.