ପୁରୀରେ ଏନ୍‌କାଉଣ୍ଟର, ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

add-all

Encounter_1702298215

ପୁରୀରେ ଆଜି ହୋଇଛି ଏନ୍‌କାଉଣ୍ଟର। ଏଥିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ବାରିକ। ତା’ ଗୋଡ଼ରେ ଗୁଳି ବାଜିଛି। ତାକୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ଝିଲି ସାହୁ ନାମକ ଜଣେ ମହିଳାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲା ସନ୍ତୁ।

ପୁରୀ ସିଟି ଡିଏସ୍‌ପିଙ୍କ ସୂଚନା ଅନୁଯାୟୀ, ସନ୍ତୁ ବାରିକ ପୁରୀ-ବ୍ରହ୍ମଗିରି ରାସ୍ତା ଗିରଳ ଜଙ୍ଗଲରେ ଲୁଚିଥିଲା। ପୁଲିସ୍ ଏ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଏହା ପରେ ପୁଲିସ୍‌ର ଏକ ଟିମ୍ ସେଠାରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଚଢ଼ାଉ କରିଥିଲା। ପୁଲିସ୍‌ର ଚଢ଼ାଉ ବେଳେ ଖସି ଯିବାକୁ ଉଦ୍ୟମ କରିଥିଲା ସନ୍ତୁ। ସେ ପୁଲିସ୍ ଉପରକୁ ଗୁଳି କରିଥିଲା। ପୁଲିସ୍ ଏହାର ଜବାବ ଦେଇଥିଲା। ପୁଲିସ୍ ସହିତ ତା’ର ଗୁଳି ବିନିମୟ ହୋଇଥିଲା। ପୁଲିସ୍ ଗୁଳିରେ ସେ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି।

ଗତ ନଭେମ୍ବର ୨୩ ତାରିଖରେ ସନ୍ତୁ ବାରିକ ସହିତ ଜଣେ ସାଇକେଲ୍ ଆରୋହୀଙ୍କର ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ସନ୍ତୁ ଘରକୁ ଯାଇ ଏକ ପିସ୍ତଲଆଣି ଉକ୍ତ ବ୍ୟକ୍ତିଙ୍କୁ ମାରିବାକୁ ଖୋଜି ଥିଲା। ଝିଲି ସାହୁଙ୍କ ଘରେ ସେହି ବ୍ୟକ୍ତି ଲୁଚିଥିବା ସେ ସନ୍ଦେହ କରିଥିଲେ। ତେଣୁ ଝିଲି ସାହୁଙ୍କୁ ଧମକ ଚମକ ଦେବା ପରେ ତାଙ୍କୁ ଗୁଳି କରିଥିଲେ।

ଏହି ଘଟଣାରେ ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ ତିନିଟି ଟିମ୍ ଗଠନ କରି ସନ୍ତୁ ବାରିକକୁ ଖୋଜୁଥିଲା। ଆଜି ସେ ଗିରଳ ଜଙ୍ଗଲରେ ଲୁଚିଥିବା ନେଇ ପୁଲିସ୍ ଖବର ପାଇବା ପରେ ଚଢ଼ାଉ କରିଥିଲା। ସନ୍ତୁ ବାରିକ ଠାରୁ ଏକ ପିସ୍ତଲ ଜବତ କରାଯାଇଛି।

ସନ୍ତୁ ନାଁରେ ପୂର୍ବରୁ ମାମଲା ରହିଛି। ୨୦୨୨ ଜାନୁଆରୀ ୨୮ ତାରିଖରେ ବ୍ରହ୍ମଗିରି ଥାନାରେ ତା’ ନାଁରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ଆଉ କେଉଁ କେଉଁ ଥାନାରେ ତା’ ନାଁରେ ମାମଲା ରୁଜୁ ହୋଇଛି, ସେ ନେଇ ତଥ୍ୟ ସଂଗ୍ରହ କରୁଛି ପୁଲିସ୍‌।

ad-week
Leave A Reply

Your email address will not be published.