ଛତିଶା ନିଯୋଗ ବୈଠକ ଶେଷ, ଶ୍ରୀମନ୍ଦିର ଐତିହ୍ୟକୁ ନେଇ ହେବ ଲେଜର ଶୋ’

add-all

IMAGE_1639633335

ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଆଗାମୀ ଜାନୁୟାରୀ ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଏଥିରେ ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା। ସେହିପରି ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ଠାରେ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯିବ। ଏଠି ସହ ଶ୍ରୀମନ୍ଦିର ଐତିହ୍ୟକୁ ନେଇ ଲେଜର ଶୋ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଭବ୍ୟ ଭାବେ ଏହି ଲୋକାର୍ପଣ ଉତ୍ସବକୁ ପାଳନ ପାଇଁ ବୈଠକରେ ଆଲୋଚନା କରାଯାଇଥିବା ବେଳେ ପୁରୀର ସବୁ ଘରେ ଦୀପଦାନ ପାଇଁ ନିବେଦନ କରିଥିଲେ ମୁଖ୍ୟ ପ୍ରଶାସକ।

ଗତ ୮ ତାରିଖରେ ଅନୁଷ୍ଠିତ ନୀତି ସବ୍ କମିଟି ବୈଠକରେ ପହିଲି ଭୋଗ, ଧନୁ ସଂକ୍ରାନ୍ତି ନେଇ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ମୋହର ମାରିଥିବା ବେଳେ ବଡି ଭୋର ୨ଟାରୁ ଦ୍ୱାରଫିଟା ନୀତି କରାଯିବ। ଆବଶ୍ୟକ ପଡ଼ିଲେ ବିଶେଷ ଦିନ ମାନଙ୍କରେ ପହୁଡ଼ ନୀତିରେ କାଣ୍ଟ ଛାଣ୍ଟ କରାଯିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବଡଦାଣ୍ଡ ରେ ସିତତାପ ଶେଡ଼ ର ବ୍ୟବସ୍ଥା ଶୀଘ୍ର ଶେଷ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ଏହା ପାର୍ଶ୍ଵରେ ଦୁଇ ହଜାର ଲୋକଙ୍କ ପାଇଁ ମଧ୍ୟ ସେଡ଼ର ବ୍ୟବସ୍ଥା କରାଯିବ। ବୈଠକରେ ଜିଲ୍ଲାପାଳ,ଏସପିଙ୍କ ସହ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତଥିଲେ।

ad-week
Leave A Reply

Your email address will not be published.