୧୯୧ ବର୍ଷରେ ପଦାର୍ପଣ କଲା ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ ସ୍ଥଳଚର ପ୍ରାଣୀ ‘ଜନାଥନ୍‌’

add-all

T-71-750x430

ସେଣ୍ଟ୍‌ ହେଲେନା: ଚଳିତ ସପ୍ତାହରେ ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ ଜୀବନ୍ତ ସ୍ଥଳଚର ପ୍ରାଣୀ ‘ଜନାଥନ୍‌’ ନାମକ ଗୋଟାଏ କଇଁଛ ୧୯୧ ବର୍ଷ ବୟସରେ ପଦାର୍ପଣ କରିଛି।

‘ଗିନିଜ୍‌ ୱାର୍ଲଡ୍‌ ରେକର୍ଡ’ ଅନୁସାରେ, ଏହି ପ୍ରକାଣ୍ଡ କଇଁଛର ୧୮୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲା। ୧୮୮୨ ମସିହାରେ ସେସେଲ୍‌ଜ୍‌ରୁ ସେଣ୍ଟ୍‌ ହେଲନା ଦ୍ବୀପକୁ ଅଣାଯାଇଥିବା ବେଳେ ତାକୁ ୫୦ ବର୍ଷ ହୋଇଥିଲା।

ଜନାଥନ୍‌ର ଜନ୍ମଦିନ ପାଳନ ବେଳର ଫଟୋ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।

‘ଗିନିଜ୍‌ ୱାର୍ଲଡ୍‌ ରେକର୍ଡ’ କହିଛି, ଏହି ପ୍ରଜାତିର କଇଁଛମାନଙ୍କର ଆୟୁଷ ସାଧାରଣତଃ ୧୫୦ ବର୍ଷ, କିନ୍ତୁ ଜନାଥନ୍ ସେ ସମୟସୀମା ଅତିକ୍ରମ କରିଗଲାଣି।

ତାହାର ଦେଖାଶୁଣା କରୁଥିବା ପ୍ରାଣୀଚିକିତ୍ସକ ଜୋ ହଲିନ୍‌ସ୍‌ କହିଛନ୍ତି ଯେ, ଏହି ବିଶାଳ କଚ୍ଛପ ଏବେ ବି ସୁସ୍ଥସବଳ ଅଛି। ଆଘ୍ରାଣ ଶକ୍ତି ଏବଂ ମୋତିଆ ବିନ୍ଦୁ ଯୋଗୁଁ ଦୃଷ୍ଟିଶକ୍ତି ହରାଇଥିଲେ ବି ‌ତା’ର କ୍ଷୁଧା ଅପରିବର୍ତ୍ତିତ ରହିଛି। ସପ୍ତାହକୁ ଥରେ ତାକୁ ହାତରେ ଖୁଆଇ ଦିଆଯାଉଛି। ଖାଦ୍ୟ ଭାବେ ତାକୁ ଫଳ ଓ ପରିବା ଦିଆଯାଉଛି। ସେ ଖରାରେ ବସିବାକୁ ସୁଖ ପାଉଛି। କିନ୍ତୁ, ଖରା କାଟିଲେ ଆସି ଛାଇରେ ବସୁଛି। ଶୀତଦିନେ ଝଡ଼ିପଡ଼ିଥିବା ପତ୍ର ଭିତରେ ପୋତି ହୋଇ ରହୁଛି।

ସୂଚନାଯୋଗ୍ୟ, ଜୀବନ କାଳରେ ‘ଜନାଥନ’ ୮ଜଣ ବ୍ରିଟିସ୍‌ ରାଜା, ୪୦ଜଣ ଆମେରିକୀୟ ରାଷ୍ଟ୍ରପତିଙ୍କ ଶାସନ ସମୟ ଅତିକ୍ରାନ୍ତ କଲାଣି।

ad-week
Leave A Reply

Your email address will not be published.